ଇଣ୍ଡିଆ ପକ୍ଷରୁ ଏକ ହଜାର ଗରିବ ପରିବାରକୁ ୫୦ କିଲୋ ଚାଉଳ

ବୁଗୁଡା (ଅନିଲ କୁମାର): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଣ୍ଡିଆ ପକ୍ଷରୁ ବୁଗୁଡା ଓ ପୋଲସରା ବ୍ଲକର ଏକ ହଜାର ଗରିବ ପରିବାରକୁ ୫୦ କିଲୋ ଲେଖାଏଁ ଚାଉଳ ବଣ୍ଟନର ଶୁଭାରମ୍ଭ କରିଛନ୍ତି ସଂଗଠନର ଡ଼ାଇରେକ୍ଟର ଡକ୍ଟର କୁମୁଦ ଚନ୍ଦ୍ର ବେହେରା। ବୁଗୁଡା ବ୍ଲକର କରଚୁଲି ପଞ୍ଚାୟତ ଅନ୍ତର୍ଗତ କିରିଆମ୍ବା ଓ ବଡତଣ୍ଡା ଗ୍ରାମାର ୫୫ ଗରିବ ଆଦିବାସୀ ପରିବାରକୁ ୨୫ କିଲୋ ଚାଉଳ ଥିବା ଦୁଇ ବ୍ୟାଗ ହିସାବରେ ୫୦ କିଲୋ ଚାଉଳ ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ ର ନିର୍ଦ୍ଦେଶକ ଶ୍ରୀ ବେହେରା ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଗରିବ, ଆଦିବାସୀ ଓ ହରିଜନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। କରୋନ ସମୟରେ ଗରିବ ପରିବାର ବହୁ ଅସୁବିଧାରେ ଚାଲୁଥିବା ବେଳେ ପ୍ରତ୍ୟେକ ପରିବାରକୁ ୫୦ କିଲୋ ଚାଉଳ ପ୍ରଦାନ କରିବା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ପକ୍ଷରୁ ପ୍ରକଳ୍ପ ସଂଯୋଜକ ସିତାଶୁଂ ଭୂଷଣ ଦାସ, ଗୋଷ୍ଠୀ ସଂଗଠକ ରଶ୍ମିତା ବେହେରା, କାହ୍ନୁ ଚରଣ ସେଠୀ, ଓ ବବିତା ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ଗରିବ ପରିବାରଙ୍କୁ ଚାଉଳ ବଣ୍ଟନ କରିଥିଲେ। ବୁଗୁଡା ଓ ପୋଲସରା ବ୍ଲକର ଏକ ହଜାର ଗରିବ ପରିବାରଙ୍କୁ ୫୦ କିଲୋ ହିସାବରେ ୫୦୦ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯିବ ବୋଲି ନିର୍ଦ୍ଦେଶକ ଡ଼କ୍ଟର କୁମୁଦ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ