ସହଯୋଗ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଜଳହରି ସାଧନ କେନ୍ଦ୍ର ଅଧିନ ମାଳଦା ବିଦ୍ୟାଳୟ ଠାରେ ତିନିଦିନିଆ ସହଯୋଗୀ ପ୍ରଶିକ୍ଷଣ କର୍ମଶାଳା ଆଜି ଉଦ୍ଘାଟିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜକ ଚକ୍ରଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିତାଞ୍ଜଳୀ ସାମଲ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଆୟୋଜିତ ପ୍ରଶିକ୍ଷଣ ସଭାରେ ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷାବିତ ନୀଳମଣି ନାୟକ, ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାନ୍ତି, ଯୁବ ସାମାଜିକ କର୍ମୀ ଉତ୍କଳ କେଶରୀ ମହାନ୍ତି, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଶିକ୍ଷକ ବିକାଶ ଦାସ, ପ୍ରସନ୍ନ ନାୟକ, ଶଶୀଭୂଷଣ ମଲ୍ଲିକ ପ୍ରମୁଖ ଯୋଗଦେଇ ସହଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ। ଅନୁରୂପ ଭାବେ ବ୍ଲକ ଶିକ୍ଷା ବିଭାଗ ଅଧିନ ୧୬ଗୋଟି ସାଧନ କେନ୍ଦ୍ର ପକ୍ଷରୁ ଆଜି ପ୍ରଶିକ୍ଷଣ ଭିତ୍ତିକ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।


