ଦିବଙ୍ଗତ ପୂର୍ବତନ ବିଧାୟକଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ଦିବଙ୍ଗତ କଂଗ୍ରେସ ବିଧାୟକ ସାହୁରା ମଳିକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ନିଜ ଗ୍ରାମ ସୁଡୁରା ଗ୍ରାମରେ ପାଳନ ହୋଇଯାଇଛି । ଶୋକାକୁଳ ପରିବେଶରେ ପରିବାର ଲୋକେ ପାଳିଛନ୍ତି ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ । ବନ୍ଧୁ ବର୍ଗଙ୍କ ସମେତ ବହୁ ଅଞ୍ଚଳବାସୀ ତାଙ୍କ ଘରକୁ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଶୋକାକୁଳ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ଦିବଙ୍ଗତ ବିଧାୟକ ସାହୁରା ମଳିକ ଅଞ୍ଚଳର ବେସ୍ ଜଣାଶୁଣା କଂଗ୍ରେସର ଟାଣୁଆ ନେତା ଥିଲେ । ସେ ଗତ ୧୯୭୪,୧୯୮୦ ଓ ୧୯୯୫ ସାଧାରଣ ନିର୍ବାଚନରେ କଂଗ୍ରେସରୁ ତିନିଥର ଟିକଟ ପାଇ ବିପୁଳ ଭୋଟରେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଅଞ୍ଚଳ ପାଇଁ ତାଙ୍କର ବହୁ ଅବଦାନ ରହିଛି । ଗତ ୨୦୧୯ ମସିହାରେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ହୋଇ ପରଲୋକ ଗମନ କରିଥିଲେ । ବର୍ତ୍ତମାନ ତାଙ୍କର ଦୁଇପୁଅ ସଦାନନ୍ଦ ଓ ଦେବାନନ୍ଦ ପରିବାର ପରିବାରର ସମସ୍ତ କାର୍ଯ୍ୟ ତୁଲାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ