‘ରୂପାୟନ’ପକ୍ଷରୁ ରକ୍ଷାବନ୍ଧନ
ବାଲେଶ୍ୱର, (ସରୋଜ ପଣ୍ଡା): ପ୍ରତିବର୍ଷ ଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ରବିବାର ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଏହି ଉତ୍ସବକୁ ବ୍ୟାପକତା ମଧ୍ୟରେ ଆୟୋଜନ ନ କରି କେବଳ ରାଖି ବନ୍ଧା ଓ ମିଠାଖୁଆ ମଧ୍ୟରେ ସୀମିତ ରଖାଯାଇଛି । ରୂପାୟନର ସମ୍ପାଦିକା ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ବାସଭବନରେ ସକାଳେ ସମାଜସେବୀ, ରାଜନେତା, ସାମ୍ବାଦିକ, ଶିକ୍ଷାବିତ, କବି, ସାହିତ୍ୟିକଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ପହଞ୍ଚିଥିଲେ । ସମ୍ପାଦିକା ଶ୍ରୀମତୀ ରାୟଙ୍କ ସମେତ ରୂପାୟନର ଅନ୍ୟାନ୍ୟ ସଦସ୍ୟାମାନେ ସମସ୍ତଙ୍କ ହାତରେ ରାଖିବାନ୍ଧି ମିଠା ଖୁଆଇଥିଲେ । ପୂର୍ବରୁ ସଂଗଠନ ପକ୍ଷରୁ ବ୍ୟାପକ ଭାବେ ଆୟୋଜନ କରାଯାଉଥିଲା । ମାତ୍ର କରୋନା ପାଇଁ ଏହାକୁ କେବଳ ବିଧିରକ୍ଷାରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦିକା ଶ୍ରୀମତୀ ର ।ୟ ସୂଚନା ଦେଇଥିଲେ ।