କୋଣାର୍କ ବିଜେପି କାର୍ଯ୍ୟକାରିଣୀ ବୈଠକ, ପୌର ନିର୍ବାଚନ ପାଇଁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ

କୋଣାର୍କ (ଗଣେଶ ବେହେରା): ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି କୋଣାର୍କ ବିଜେପି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡିଶା ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ତୃଣ ମୂଳସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ସାମଗ୍ରିକ ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ କାକଟପୁର – ନିମାପଡ଼ା ପୂର୍ତ୍ତବିଭାଗ ରାସ୍ତା ପିଚୁ କାର୍ଯ୍ୟ ନିମ୍ନମାନର ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କୁ ନିଲମ୍ବିତ କରାଯାଇଛି। ଏହି କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଓ ଲାଇସେନ୍ସ ବାତିଲ ନ ହେବା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଉପସଭାନେତ୍ରୀ ଶ୍ରୀମତୀ ପରିଡ଼ା କୋଣାର୍କ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରବି ମଲ୍ଲିକ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକ, ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରାକେଶ କୁମାର ବିଶ୍ବାଳ,କୋଣାର୍କ ମଣ୍ଡଳ ପ୍ରଭାରୀ ସୁଶାନ୍ତ କୁମାର ସ୍ଵାଇଁ ପୂର୍ବତନ ମଣ୍ଡଳ ସଭାପତି ସୁରେନ କୁମାର ପାଲ,ପୂର୍ବତନ କାଉନସିଲର ରଂଜିତ ରାଉତରାୟ, ଯୁବ ନେତା ମନୋଜ କୁମାର ନାୟକ ଗୋପିନାଥ ସ୍ବାଇଁ , ମଣ୍ଡଳ ସଭାପତି ସୁକାନ୍ତ ନାୟକ,ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋଚନ ରଥ, ନିବେଦୀତା ପଣ୍ଡା,ଜସ୍ମିତା ନାୟକ, ରଶ୍ମି ଗୋଛୟତ, ମଞ୍ଜୁଲତା ବେହେରା ଓ ଆଲୋକ ରଞ୍ଜନ ପଣ୍ଡା,ମଙ୍ଗରାଜ ମୁଦୁଲି, ଗଣେଶ ଚନ୍ଦ୍ର ବେହେରା ସମେତ କୋଣାର୍କ ବିଜେପି ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଜମିଜମାର ସ୍ଥାୟୀ ସମାଧାନ, କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ, କୋଣାର୍କ କଲେଜ ନାଁରେ ସ୍ଥାୟୀ ଜମି ଅଧିଗ୍ରହଣ, ଅଘୋଷିତ ବିଦ୍ୟୁତ କାଟ ଓ ବର୍ଦ୍ଧିତ ବିଦ୍ୟୁତ ବିଲ କୁ ବିରୋଧ, କୋଣାର୍କ ଏନଏସି ଅନ୍ତର୍ଗତ ୯ଗୋଟି ଓ୍ବାର୍ଡ ର ଜନସାଧାରଣ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରଦାନ ଆଦି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ