ହୃଦରୋଗ ବିଶେଷଜ୍ଞ ନିଯୁକ୍ତି ଦାବିରେ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ ବିଶେଷଜ୍ଞ ନିଯୁକ୍ତି ଦାବିରେ ଚେରିଟେବଲ୍ ଟ୍ରଷ୍ଟ୍ ତରଫରୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ହୃଦରୋଗ ସାଙ୍ଗକୁ ସ୍ନାୟୁ, ମୁତ୍ର, ନାଶା, ଗଳା, କର୍ଣ୍ଣ ବିଭାଗରେ ସଦାବେଳିଆ ବିଶେଷଜ୍ଞ ନିଯୁକ୍ତି ଦେବା ସହ ସମସ୍ତ ବିଭାଗର ନିଯୁକ୍ତି ଡାକ୍ତରଙ୍କୁ ରୋଗୀଙ୍କ ସେବାରେ ବିନିଯୋଗ କରିବା ଦିଗରେ ଆମ ସରକାର ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ପୂର୍ବଭଳି ରୋଗୀମାନଙ୍କୁ କଟକ ବା ଭୁବନେଶ୍ୱରକୁ ହସ୍ତାନ୍ତର କରାନଯାଉ । ସ୍ଥାନାନ୍ତର ବା ମୃତ୍ୟୁର ନିରାକରଣ ପାଇଁ ମାସିକ ରିଭ୍ୟୁ ବୈଠକ କରାଯିବା ସହ ତୁରନ୍ତ ଏକ ଇକମୋ ମେସିନ୍ ସ୍ଥାପନ କରିବାକୁ ଅନୁରୋଧ କରାଯାଇଛି ।ପ୍ରତିନିଧି ଦଳରେ ସଭାନେତ୍ରୀ ଡ. ମୀରା ପତି, ସଂପାଦକ ପ୍ର. ଅନନ୍ତ ପ୍ରଧାନ, ଉପେନ୍ଦ୍ର ପାତ୍ର, ଦୀନବନ୍ଧୁ ଲେଙ୍କା, ରତ୍ନାକର ଦାସ, ପୁରସ୍ତମ ବେହେରା, ରବି ପାଣିଗ୍ରାହୀ, ମନୋରଞ୍ଜନ ନାୟକ ତଥା ଜିଲ୍ଲା କମିଟି ତରଫରୁ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ ।


