ଦୁଇ ସଂପର୍କୀୟ ଭଉଣୀଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

ରାଇରଙ୍ଗପୁର(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂଥାନା ଅନ୍ତର୍ଗତ ଗିତିଲତା ପଞ୍ଚାୟତର ସାନକୁରୁମ ଗାଁ ମ ବୁଧବାର ରାତି ୭/୮ ଟା ଭିତରେ ଦୁଇ ସଂପର୍କୀୟ ନାବାଳିକା ଭଉଣୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଇଛି ।ସୂଚନାଯୋଗ୍ୟ ଯେ ସାନକୁରୁମ ଗାଁର କଲାଏ ଆଲଦା ପରିବାର ଲୋକେ ଗାଁ ପାଖ ଘରୁ ଶୁଦ୍ଧକ୍ରିୟାକୁ ଯାଇଥିଲେ ।କଲାଏ ଆଲଦା ଝିଅ ମାନସୀ ଆଲଦା(୧୯)ଏବଂ ତାଙ୍କର ଶଳ ସୁରେଶ ବଦ୍ରା ଘର ଝାରଖଣ୍ଡ ରାଜ୍ୟର ଲାଗଡା ଅଂଚଳର ବାପମା ଛେଉଣ୍ଡ ଝିଅ ସୁନିତା ବଦ୍ରା(୧୭) ବୁଧବାର ଦିନ ବିଲକାମ ସାରି ସଂଧ୍ୟାରେ ଘରକୁ ଫେରି ଥିଲେ ।ରୋଷେଇ ବାସ ସାରି ସଂଧ୍ୟା ୭/୮ଟାରେ ଘର ଭିତରକୁ କବାଟ କିଳି ତାଙ୍କ ସହିତ ଏକ ଛୋଟ ଛୁଆକୁ ଧରି ରହିଥିଲେ ।ପରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗୁରୁବାର ଦିନ ସକାଳେ ଘର ଭିତରୁ ଛୁଆର କାନ୍ଦ ବୋବାଳି ପଡିଥିଲା ।ସାଇ ପଡିଶା ଶୁଣି ପହଞ୍ଚିଲେ ।ତାଙ୍କ ଘର ଲୋକକୁ ଖବର ଦେଇଥିଲେ ।ଗାଁ ଲୋକେ ଛାତଉପରକୁ ଚଢି ଖପରା ଖୋଲି ଦେଖି ଅବାକ ହୋଇଥିଲେ ।ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଦୁଇ ଜଣଙ୍କୁ ଉଦ୍ଧାର କରିଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା । ଅପରାହ୍ନ ୪.୩୦ଟା ହୋଇଥିବାରୁ ଡାକ୍ତର ପୋଷ୍ଟ ମର୍ଟପ କଲେ ନାହିଁ ।ଶୁକ୍ରବାର ଦିନ ପୋଷ୍ଟମର୍ଟମ ହେବ ।ପୋଲିସ ଘଟଣାର ଛାନଭିନ କରୁଛି ।ରଜପରେ ପରେ ସୁନିତା ସାନକୁରୁମ ଗାଁକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ