ଟୋକିଓ ପାରାଲିମ୍ପିକ୍ସ : ରୌପ୍ୟ ଜିତିଲେ ଭବୀନାବେନ୍ ପଟେଲ୍

ଟୋକିଓ: ପାରାଲିମ୍ପିକ୍ସରେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭବୀନାବେନ୍ ପଟେଲ୍ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ ହୋଇଛନ୍ତି ଭବୀନାବେନ୍ ପଟେଲ୍ । ସ୍ୱର୍ଣ୍ଣ ପାଇଁ ଓ୍ୱାଲର୍ଡ ନମ୍ବର ୱାନ୍ ଖେଳାଳି ଚୀନ୍ ପ୍ରତିନ୍ଦନ୍ଦୀ ଝୁ ୟିଙ୍ଗ ସହ ମୁହାଁମୁହିଁ ହୋଇଥିଲେ ଭବୀନାବେନ୍ ପଟେଲ । କଡ଼ା ମୁକାବିଲା ହୋଇଥିଲା । ତେବେ ୭-୧୧, ୫-୧୧ ଓ ୬-୧୧ସେ ମ୍ୟାଚ ଜିତି ନେଇଥିଲେ ଚୀନ ଖେଳାଳି । ଗ୍ରୁପ ଷ୍ଟେଜରେ ଝି ୟିଙ୍ଗ ମଧ୍ୟ ଭବୀନାଙ୍କୁ ପରାସ୍ତ କରିଥିଲେ । ତାପରବର୍ତ୍ତୀ ମ୍ୟାଚଗୁଡ଼ିକରେ ଜବରଦସ୍ତ କମବ୍ୟାକ୍ କରିଥିଲେ ଭବୀନାବେନ୍ ପଟେଲ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ