ଜନ୍ମାଷ୍ଟମୀ ପାଇଁ ରାଧାକାନ୍ତ ମନ୍ଦିରରେ ଭକ୍ତଙ୍କ ଭିଡ : ରାତିରେ ହେବ ଶ୍ରୀ କୃଷ୍ଣ ଜନ୍ମ ନୀତି

ନିମାପଡା (ସନ୍ତୋଷ ଦାଶ ) ଆଜି ଭାଦ୍ରବ ମାସ ର ଅଷ୍ଟମୀ ତିଥି l ପବିତ୍ର ଜନ୍ମାଷ୍ଟମୀ l ରସିକ ରାଜ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମତିଥି l ଏଥିପାଇଁ ପ୍ରାଚୀଉପତ୍ୟକା ର ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ଛଣିଜଙ୍ଗ ଗ୍ରାମ ସ୍ଥିତ ରାଧାକାନ୍ତ ମନ୍ଦିର ରେ ପ୍ରାତଃ ରୁ ଭକ୍ତ ଙ୍କ ଭିଡ ଲାଗି ରହିଛି l ପୂଜା ପାଉଥିବା ଶ୍ରୀ କୃଷ୍ଣ (ରାଧାକାନ୍ତ ) ଙ୍କୁ ସ୍ନାନ ମାର୍ଜଣା ପରେ ନଟବର ବେଶ ରେ ସଜ୍ଜିତ କରାଯାଇଛି l ଭକ୍ତ ମାନେ ବିଭିନ୍ନ ପ୍ରକାର ଫଳ, ମୂଳ,ନୈବିଦ୍ୟ ଠାକୁର ଙ୍କୁ ଭୋଗ ଲାଗି କରୁଛନ୍ତି l ସଂନ୍ଧ୍ୟା ରେ ମନ୍ଦିର ରେ ଭଜନ, କୀର୍ତନ ସାଙ୍ଗକୁ ରାତିରେ ଠାକୁର ଙ୍କ ଜନ୍ମ ନୀତି ପାରମ୍ପରିକ ପ୍ରଥlନୁସାରେ ଅନୁଷ୍ଠିତ ହେବ ବୋଲି ଠାକୁର ଙ୍କ ପୂଜକ ବାବୁ ପାଢ଼ୀ ପ୍ରକାଶ କରିଛନ୍ତି l ଏହି ରାଧାକାନ୍ତ ଠାକୁର ଫଗୁଣ ମାସରେ ସୁସଜ୍ଜିତ ସ୍ଵ ବିମlନରେ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇ ଚତୁଃଦର୍ଶୀ ତିଥି ରେ ସଭାମଣ୍ଡପ ଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ହରି ହର ଭେଟ ଉତ୍ସବ (ମେଳଣ ) ରେ ହରି ଭାବେ ଯୋଗଦାନ କରିଥାନ୍ତି l ଗବେଷକ ଙ୍କ ମତରେ ରାଧାକାନ୍ତ ଠାକୁର ପଞ୍ଚଦଶ ଶତାବ୍ଦୀ ଠାରୁ ଛଣିଜଙ୍ଗ ଗ୍ରାମ ରେ ପୂଜା ପାଇ ଆସୁଛନ୍ତି l ଜନ୍ମାଷ୍ଟମୀ ପାଇଁ ଛଣିଜଙ୍ଗ ଗ୍ରାମ ଉତ୍ସବ ମୁଖର ହୋଇପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ