କୃଷି ଆଇନ ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା): କୃଷକଙ୍କ ଅଧିକାର ବିରୋଧରେ ଯାଉଥିବା କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ସଭାପତି କୈଳାସ ଚନ୍ଦ୍ର ପରିଡ଼ା, ନିରଂଜନ ପରିଡ଼ା, ଯତୀନ ପାତ୍ର, ସନ୍ତୋଷ କୁମାର ବିଶ୍ୱାଳ, ଦେବେନ୍ଦ୍ର ନାଥ ଜେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ବିଭିନ୍ନ କଳାଦିଗ ଉପରେ ସମାଲୋଚନା କରିଥିଲେ । କୃଷକଙ୍କ ଅଧିକାରକୁ ସଙ୍କୁଚିତ ସହ ଶିଳ୍ପପତିଙ୍କ ହାତରେ ସେମାନଙ୍କ ଭାଗ୍ୟକୁ ଲଦିଦେବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତି ବିପଦ ହୋଇଛି ବୋଲି ବକ୍ତାମାନେ କହିଥିଲେ । ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର ସହ ଗଣତନ୍ତ୍ରକୁ ବଞ୍ଚ।।ଇବାକୁ ନିବେଦନ କରି ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ