ଜେ. ଏମ୍.ଏମ୍ ର ବ୍ଲକସ୍ତରୀୟ କର୍ମଶାଳା ନେତୃତ୍ବ ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର,(ଅକ୍ଷୟ ବିଶ୍‌ଶ୍ୱାଳ): ଆଗକୁ ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପକ୍ଷରୁ ନବ ନିଯୁକ୍ତ ନୂତନ ସଭାପତି ଅଂଜନି ସୋରେନ ଙ୍କ ନେତୃତ୍ବରେ ଦଳ ପକ୍ଷରୁ ଦଳର ସଂଗଠନକୁ ତୃମମୂଳ ସ୍ତରରେ ସୁଦୃଢକୁ ଗୁରୁତ୍ବ ଦିଆଯାଉଛି । ଜେ.ଏମ୍.ଏମ୍ ତାର ରଣନୀତି ପ୍ରସ୍ତୁତ କରିବା ସହିତ ବ୍ଲକ ସ୍ତରୀୟ କର୍ମୀ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦଳକୁ ତୃଣମୂଳ ସ୍ତରରେ ସଦୃଢ଼ କରିବା ପାଇଁ ଜେ.ଏମ୍.ଏମ୍ ପ୍ରତ୍ୟେକ ବ୍ଲକରେ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି।ଏହି ପରିପ୍ରେକ୍ଷୀରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଜେ.ଏମ୍.ଏମ୍ ପକ୍ଷରୁ ବିଶୋଇ ସ୍ଥିତ ସ୍ଥାନୀୟ ଡାକ ବଙ୍ଗଳା ଠାରେ କର୍ମୀ ମାନଙ୍କ ନିମନ୍ତେ ବ୍ଲକସ୍ତରୀୟ ଏକ ଦିବସୀୟ କର୍ମଶାଳା ନେତୃତ୍ବ ପ୍ରଶିକ୍ଷଣ ଶିବିର  ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଜେ.ଏମ୍.ଏମ୍ ସଭାପତି ରାମଚନ୍ଦ୍ର ହାଁସଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରାକ୍ତନ ସାଂସଦ ତଥା ରାଜ୍ୟ ଜେ.ଏମ୍.ଏମ୍ ସାଧାରଣ ସମ୍ପାଦକ ଇଂ.ରାମଚନ୍ଦ୍ର ହାଁସଦା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦଳୀୟ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ଦଳକୁ ମଜବୁତ ସ୍ଥିତିରେ ଆଣିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ।ସେହିପରି ମୁଖ୍ୟବ୍ୟକ୍ତା ଭାବରେ ଜିଲ୍ଲା ସମ୍ପାଦକ ସୁନାରାମ ଟୁଡୁ ମୁଖ୍ୟବ୍ୟକ୍ତା ଭାବରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ।ସେହିପରି ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଉପସଭାପତି ମଙ୍ଗଲ ସିଂ ଟୁଡୁ,ଜିଲ୍ଲା ଉପସଭାପତି ଆନୱାର ହୁସେନ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମାହାନ୍ତି,ଯଶୋବନ୍ତ ବାରିକ,ପଞ୍ଚାନନ ମୁର୍ମୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସରଜିନି ମୁର୍ମୁ,ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦକ ମିନା ମୁର୍ମୁ  ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପାଇଁ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ତୁଳସୀ ରାମ ଟୁଡୁ,ମଧୁସୂଦନ ସାହୁ,ଶୋଭାରମ ଶ୍ୟାମ ମୁର୍ମୁ,ମଙ୍ଗଲ ମୁର୍ମୁ,ଭୀମସେନ ହାଁସଦା ସମେତ ବ୍ଲକର ସମସ୍ତ କର୍ମୀ ଏଥିରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ