ଡ଼କାୟତି ଘଟଣାରେ ଦୁଇ ଗିରଫ; ଲୁଟ୍ ସାମଗ୍ରୀ ଜବତ

ବେଲଗୁଣ୍ଠା, ( ସନ୍ତୋଷ ବିଶୋୟୀ): ଗତ ଦୁଇ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟରେ ହୋଇଥିବା ଏକ ଡ଼କାୟତି ଘଟଣାର ତଦନ୍ତ କରି ଆଜି ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ନଗଦ 17,600 ଟଙ୍କା, ଗୋଟିଏ ଭିଭୋ ୱାଇ95 ଆଣ୍ଡ୍ରଏଡ୍ ମୋବାଇଲ୍,ଗୋଟିଏ କଳା ରଙ୍ଗର ପର୍ସ ସହିତ ଗୋତିଏ ନମ୍ବର୍ ବିହୀନ ମୋଟରସାଇକେଲ୍ ଜବତ କରିଛି I ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ସୋରଡ଼ା କଇଠପଲ୍ଲୀ ସାହିର କ୍ରିଷ୍ଣା ଦାସ (25) ଏବଂ ଏ. ଗଣେଶ (36) I ସୂଚନା ପ୍ରକାରେ ଗତ ଦୁଇ ତାରିଖ ସନ୍ଧ୍ୟା ପାଞ୍ଚ ଘଣ୍ଟା ତିରିଶ ମିନିଟ୍ ସମୟରେ ବେଲଗୁଣ୍ଠା ବ୍ଳକ୍ ମାଧବରୀଡା ଗ୍ରାମର କିରନ୍ କୁମାର ବିଶ୍ୱାଳ (20) ଙ୍କ ଠାରୁ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଏନ୍ଏଚ୍-157 ଉପରେ ଗୋବରା ପୁଟବନ୍ଧ ନିକଟରୁ ନଗଦ 17,600 ଟଙ୍କା, ଗୋଟିଏ କଳା ରଙ୍ଗର ପର୍ସ ସହିତ ଗୋଟିଏ ଭିଭୋ ୱାଇ95 ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଲୁଟ୍ କରି ନେଇଯାଇଥିଲେ I ଏନେଇ କିରନ୍ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ଗାଙ୍ଗପୁର ପୋଲିସ୍ ଥାନାରେ 380/21 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା I ମାତ୍ର ଦୁଇଦିନ ମଧ୍ୟରେ ପୋଲିସ୍ ଆଜି ଏହି ଘଟଣାର ପର୍ଦ୍ଦା ଫାସ୍ କରିବାରେ ସଫଳତା ହାସଲ କରିଥିଲା I ଆଜି ଉଭୟ କ୍ରିଷ୍ଣା ଏବଂ ଗଣେଶକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ