ଅନଲାଇନରେ ୮ପଞ୍ଚାୟତରେ “ମୋ ନିବେଦନ”
ହିଞ୍ଜିଳିକାଟୁ, ଶେଷଦେବ ସାହୁ):-ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ ପ୍ଲାଟଫର୍ମରେ ଜନ ଅଭିଯୋଗର ପ୍ରତିକାର ବ୍ୟବସ୍ଥା”ମୋ ନିବେଦନ”।ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ପରିଚାଳିତ ୫ ଟି ସୂତ୍ରପାତ ଆଧାରରେ ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକାର ସାମାଜିକ ଅଭିଯୋଗର ସମୟାନୁବର୍ତ୍ତୀ ସମାଧାନ ବ୍ୟବସ୍ଥା ସ୍ୱରୂପ ଏକ ନୂତନ ପଦକ୍ଷେପକୁ ସର୍ବ ପ୍ରଥମେ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ”ମୋ ନିବେଦନ”ନାମରେ ଏକ ଜନଆଦୃତ ଅଭିଯୋଗର ପ୍ରତିକାର ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା। ପ୍ରଶାସନିକ ବ୍ୟବସ୍ଥା ସହ ତୃଣମୂଳ ସ୍ତରରେ ଏହାର ସଫଳତା ଓ ବାସ୍ତବତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ସକରାତ୍ମକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି।ଗତ ଜୁନ ୨୬ ତାରିଖରୁ ଜିଲ୍ଲାରେ ପ୍ରଥମ କରି ଅନଲାଇନ ପ୍ଲାଟଫର୍ମରେ ମୋ ନିବେଦନ ସେବାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ମାସର ପ୍ରତି ଶନିବାର ପଞ୍ଚାୟତ ସ୍ତରରେ ଏହି ଜନଆଦୃତ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଶନିବାର ପଞ୍ଚମ ପର୍ଯ୍ୟାୟରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ହିଞ୍ଜିଳି ବ୍ଳକର ଶିକିରି,ପୁଟିଆ ପଦର,ସାରୁ,ବେଲଗାଁ,ଦୟାପଲ୍ଲୀ, ବୁରୁପଡା,ବଡ଼ଖଣ୍ଡି ଓ ସାହାପୁର ଆଦି ୮ ଟି ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ଅନ ଲାଇନରେ ମୋ ନିବେଦନ କାର୍ଯ୍ୟକ୍ରମ।ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାମାଜିକ ନିରାପତ୍ତା,ଖାଦ୍ୟ ସୁରକ୍ଷା,ଆବାସ ଯୋଜନା,ମୁଖ୍ୟମନ୍ତ୍ରୀ ଙ୍କ ଆର୍ଥିକ ସହାୟତା ପାଣ୍ଠି ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ୪୩ ଜଣ ବ୍ୟକ୍ତି ଅନଲାଇନ ମାଧ୍ୟମରେ ମୋ ନିବେଦନ ରେ ଅଭିଯୋଗ ଦାଖଲ କରିଥିଲେ।ଏଥି ମଧ୍ୟରୁ ଶିକିରିରେ ୭ ଜଣ,ପୁଟିଆ ପଦରରେ ୨ଜଣ,ସାରୁରେ ୩ ଜଣ, ବେଲଗାଁରେ ୪ ଜଣ,ଦୟାପଲ୍ଲୀ ୮ଜଣ, ବୁରୁପଡାରେ ୧୦ ଜଣ,ବଡ଼ଖଣ୍ଡିରେ ୪ଜଣ ,ଓ ସାହାପୁରରେ ୫ ଜଣ ଆବେଦନକାରୀ ଖାଉଟି କାର୍ଡ, ଆବାସ ଗୃହ,ବାର୍ଦ୍ଧକ୍ୟ ଭତ୍ତା ଓ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଅଭିଯୋଗ କରିଥିଲେ।ବ୍ଳକ କାର୍ଯ୍ୟାଳୟରେଏବିଡ଼ିଓ ଅରୁଣ କୁମାର ପ୍ରଧାନ,ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ, ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଶିକିରି ପଞ୍ଚାୟତରେ ଜିପିଇଓ ପ୍ରଶାନ୍ତ କୁମାର ରଥ,ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ,ପୁଟିଆ ପଦରରେ ପିଇଓ ବିଜୟ କୁମାର ସେଠୀ,ସାରୁରେ ପିଇଓ ଏସ. ରାଜେଶ , ଦୟାପଲ୍ଲୀରେ ପିଇଓ ଇ. ଶଙ୍କର ରାଓ,ବୁରୁପଡାରେ ପିଇଓ ଲୋକନାଥ ପାଢ଼ୀ,ବଡ଼ଖଣ୍ଡିରେ ପିଇଓ ପ୍ରତାପ କୁମାର ସାହୁ, ବେଲଗାଁ ଓ ସାହାପୁରରେ ପିଇଓ ବି.ହରି ,ସରପଞ୍ଚ ପ୍ରତିମା ବେହେରା,କେ.ଦୁର୍ଗା ପ୍ରସାଦ ରାଓ,ମାଧୁରୀ ପାଣିଗ୍ରାହୀ,ସଭ୍ୟା ମିନାକ୍ଷୀ ନାୟକ,ରମା ଦାସ,ଉମା ଶଙ୍କର ସାବତ,ବିଏଫଟି ବୃନ୍ଦାବନ ଗୌଡ଼, ଜିଆରଏସ ଶ୍ରୀକାନ୍ତ କୁମାର ପଣ୍ଡା,ଶିବ ଶଙ୍କର ସ୍ୱାଇଁ,ପ୍ରଶାନ୍ତ ନାହାକ,ନୀଳମାଧଵ ଦଳାଇ,ଲଡୁ କିଶୋର ବେହେରା,ଓ ଜିପି ମନିଟର ପ୍ରମୁଖ ଉପସ୍ଥିତ ଥିଲେ।


