ଜୟପାଟଣା ଭିତରପଣ୍ଡି ଗ୍ରାମବାସୀ ବିକାଶର ବାଟ ଚାହିଁ ବସିଛନ୍ତି
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି । ଯଦି ଉକ୍ତ ଯୋଜନା ବାସ୍ତବରେ ରୂପାନ୍ତରିତ ହୋଇପାରୁନି, ତେବେ ସେ ଯୋଜନା କାହାପାଇଁ ଦରକାର । ବିକାଶ ନାଁ କହିଲେ ହସୁଛି କଳାହାଣ୍ଡିର ଭିତରପଣ୍ଡି । ନା ରାସ୍ତା,ନା ପାନୀୟ ଜଳ ନା ସ୍କୁଲ ସୁବିଧା ନା ସ୍ବାସ୍ଥ୍ୟ ସେବା । ଅବହେଳିତ ୨୨ ଆଦୀବାସୀ ପରିବାର । ଚିତ୍ର ହିଁ ବଖାଣୁଛି ରାଜ୍ୟ ସରକାରଙ୍କ ବିକାଶ ନାରାର ଅସଲ ଚିତ୍ର । ଜୟପାଟଣା ରୁ ୧୧ କିଲୋମିଟର ଯିବା ପରେ ପଡେ ଘଞ୍ଚ ଜଙ୍ଗଲ । ଆଉ ଏହି ଜଙ୍ଗଳ ଭିତରେ ପାହାଡ ପାଦ ଦେଶରେ ଛୋଟିଆ ଗାଁ ଟିଏ ଭିତରପଣ୍ଡି । ଯେଉଁଠି କୁ ଯିବାକୁ ହେଲେ ନଦୀ ଓ ଗୋଟିଏ ନାଳ ପାରୀ ହେବାକୁ ପଡେ । ଗାଁରେ ଯେଉଁଆଡେ ଦେଖିଲେ ନାଲି ଖପରା ଘର । ପାନୀୟ ଜଳ ପାଇଁ ଥିବା ଦୁଇଟି ନଳକୂପ ଖରାପ ହୋଇ ପଡିଛି । ଫଳରେ ଝରଣା ପାଣୀ ଓ କେଉଁଠି ଚୂଆ ଖୋଲି ଶୋଷ ମେଣ୍ଟାଉ ଛନ୍ତି ଏମାନେ ପାଠ ପଢା ପାଇଁ ସୁବିଧା ନଥିବା ବେଳେ ପୁଅଝୀଅ ଙ୍କ ଭବିଶ୍ୟତ ଜଙ୍ଗଲ ପାହାଡରେ ସରି ଯାଉଛି । ଏପରି କି ରାସନ ସାମଗ୍ରୀ ଆଣିବାକୁ ହେଲେ ନଦୀ ପାର ହୋଇ ୫ କିଲୋମିଟର ଦୂର ଧନଶୁଲି ପଞ୍ଚାୟତ କୁ ଯିବାକୁ ପଡେ । ଆଉ ଯଦି କାହାର ଦେହ ଖରାପ ହେଲା ତ କଥା ସରିଲା । ଆମ୍ବୁଲାନ୍ସ ତ ଏଠି ପହଞ୍ଚିବା ଅସମ୍ଭବ । ଖଟିଆରେ ବୁହାହୋଇ ଚିକିତ୍ସା ପାଇଁ ଜୟପାଟଣା ଯାଇଥାନ୍ତି ଲୋକେ । ନହେଲେ କବିରାଜ୍ ଭରଷା । ତେବେ ଭିତରପଣ୍ଡି କୁ ଦେଖିଲେ ମନରେ ପ୍ରଶ୍ନ ଆସେ । କୁଆଡେ ଗଲା ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ନାରା । କଣ ସୁଦୂର ରାଜଧାନୀରୁ ବିକାଶର ଚିତ୍କାର କଳାହାଣ୍ଡିର ଭିତରପଣ୍ଡିକୁ ପହଞ୍ଚି ପାରୁନି । ଏଠି କେବେ ଉଇଁବ ବିକାଶର ସୂର୍ଯ୍ୟ ।


