ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଅଙ୍କୁଶ ଲଗାନଯାଉ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମହାମାରୀ କରୋନା କମି ଆସିଥିବା ସମୟରେ ଓ ସାରା ରାଜ୍ୟରେ ସ୍ଥିତି ସୁଧୁରି ଥିବାବେଳେ ରାଜ୍ୟ ସରକାର ବହୁ କଟକଣାକୁ କୋହଳ କରିଛନ୍ତି । ଏହି ସମୟରେ ମନ୍ଦିର ଭିତରେ ପ୍ରବେଶକୁ ଅନୁମତି ମଧ୍ୟ ଦେଇଛନ୍ତି । କିନ୍ତୁ ମା’ ଦୁର୍ଗାପୂଜା ପାଇଁ କଟକଣା ଲଗାଇବା ଠିକ୍ ହୋଇନାହିଁ । ମନ୍ଦିରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଢାଞ୍ଚାରେ ଦୁର୍ଗାପୂଜା ମଣ୍ଡପରେ ଭକ୍ତମାନଙ୍କୁ କଟକଣା ମାନି ପ୍ରବେଶ କରିବାକୁ ଅନୁମତି ଦେବା ସହିତ ମା’ ଦୁର୍ଗାଙ୍କ ଉଚ୍ଚତା ଉପରେ କଟକଣା ନ ଲଗାଇବା ପାଇଁ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛି । ଏ ନେଇ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ତରଫରୁ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟିର କର୍ମକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ପ୍ରତିବର୍ଷ ଭଳି ଚଳିତବର୍ଷ ଦୁର୍ଗାପୂଜାରେ ସ୍ୱାଭାବିକ ଭାବେ ମୂର୍ତ୍ତିର ଉଚ୍ଚତା ନିର୍ମାଣ କରିବା ଏବଂ କୋଭିଡ଼ ନିୟମ ପାଳନ କରି ଶ୍ରଦ୍ଧାଳୁମାନଙ୍କୁ ପୂଜା ମଣ୍ଡପରେ ଦର୍ଶନ କରିବାକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଯେଉଁଭଳି ଭାବରେ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଉଛି, ସେହିଭଳି ଚଳିତବର୍ଷ ପ୍ରତ୍ୟେକ ଦୁର୍ଗାପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତିର ସଭାପତି ଡଃ ଜଗନ୍ନାଥ ମହାପାତ୍ର, ସାଧାରଣ ସମ୍ପାଦକ ହରିଶ ପ୍ରସାଦ ରଥ, ଉପସଭାପତି ସୁରେଶ ଚନ୍ଦ୍ର ରାଉତରାୟ ଓ ଦିଲ୍ଲୀପ ଦାଶଶର୍ମା, ସମ୍ପାଦକ ଶିବ ଛୋଟରାୟ, ଝାରପଡ଼ା ଦୁର୍ଗାପୂଜା ସମିତି ସାଧାରଣ ସମ୍ପାଦକ ଧରଣୀଧର ଜେନା, ସହିଦ ନଗର ଦୁର୍ଗାପୂଜା ସମିତିର ଉପଦେଷ୍ଟା ସରୋଜ କୁମାର ପାତ୍ର, କଟକରୋଡ଼ ଦୁର୍ଗାପୂଜା ସମିତି ସଭାପତି ସୁବଳ ବେହେରା ଓ ପ୍ରସନ୍ନ କୁମାର ଦାସ, ପାଳଶୁଣୀ ଦୁର୍ଗାପୂଜା ସମିତିର ଉପସଭାପତି ରମେଶ ଚନ୍ଦ୍ର ସାହୁ, ସତ୍ୟନଗର ଦୁର୍ଗାପୂଜା କମିଟିର ସଭାପତି ରବି ନାରାୟଣ ନାୟକ, ଭୀମଟାଙ୍ଗୀ ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ସନତ ମିଶ୍ର, ଚକେଇସିଆଣି ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ସୁକାନ୍ତ କୁମାର ଷଡ଼ଙ୍ଗୀ, କେସୁରା ଦୁର୍ଗାପୂଜା ସମିତିର ସଭାପତି ପ୍ରହଲ୍ଲାଦ ପ୍ରଧାନ, ବାଙ୍କୁଆଳ ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ନିର୍ମଳ ଲେଙ୍କା, ସହିଦ ନଗର ଦୁର୍ଗାପୂଜା ସମିତିର ସୁଦର୍ଶନ ସାହୁ, ସଚ୍ଚିନନ୍ଦନ ନାୟକ ଓ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ସମ୍ମିଳନୀରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ