ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ପୋଲସରା , ( ଅନିଲ ମହାରଣା ): ରବିବାର ଦିନ ସକାଳୁ ପୋଲସରା ଥାନା ଅନ୍ତର୍ଗତ ସୋଡକ ଗ୍ରାମର ପଞ୍ଚାୟତ ସାହିର ପାଣ ଗୌଡ଼ଙ୍କ ପୁଅ ଓ ବୋହୁ ଙ୍କ ଶୟନ କକ୍ଷରୁ ପୋଲିସ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ ଦେହ ଉଦ୍ଧାର କରିଛି। ସ୍ତ୍ରୀ ର ରକ୍ତାକ୍ତ ଶରୀର ଖଟ ଉପରେ ପଡିଥିବା ବେଳେ ସ୍ୱାମୀ ର ମର ଶରୀର ଘରର ଛାତର ହୁକରେ ଝୁଲୁନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ପ୍ରକାରେ ସବୁ ଦିନ ପରି ଶନିବାର ଦିନ ରାତିରେ ମଧ୍ୟ ସୋଡକ ପଞ୍ଚାୟତ ସାହିର ପାଣ ଗୌଡଙ୍କ ପୁଅ ବିପିନ ଗୌଡ଼ ଓ ବୋହୁ ଲିଲି ଗୌଡ଼ ଖାଇସାରି ନିଜ ଶୋଇବା ଘରକୁ ଯାଇଥିଲେ। ତେବେ ସକାଳର ବହୁ ସମୟ ପର୍ଯ୍ୟନ୍ତ ପୁଅ ଓ ବୋହୁଙ୍କ ଶୟନ କକ୍ଷ ର କବାଟ ନ ଖୋଲିବାରୁ ବାପା ପାଣ ଗୌଡ଼ ପୁଅ ଓ ବୋହୁ ଙ୍କୁ ଡାକିଥିଲେ। କେହି ହେଲେ ନ ଶୁଣିବାରୁ ଶୋଇବା କକ୍ଷର ଝରକା ଦେଇ ଦେଖିଲା ବେଳକୁ ବୋହୁ ଲିଲି ଖଟ ଉପରେ ମରି ପଡିଥିବା ବେଳେ ପୁଅ ବିପିନ ର ଶବ ଘର ର ଛାତର ହୁକରେ ଝୁଲୁଛି। ପୋଲିସକୁ ଖବର ଦେବା ପରେ ପୋଲସରା ପୋଲିସ ଓ ପୁରୁଷୋତ୍ତମପୁର ଉପ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଓ ସାଇଣ୍ଟିଫିକ ଟିମ ସହିତ ପାଣ ଗୌଡ ଙ୍କ ଘରେ ପହଞ୍ଚି ତହସିଲଦାର ତଥା ମାଜିଷ୍ଟ୍ରେଟ ଦିଲ୍ଲୀପ କୁମାର ନାୟକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଉଭୟ ବିପିନ ଗୌଡ଼ ଓ ଲିଲି ଗୌଡ଼ଙ୍କ ଶବକୁ ଉଦ୍ଧାର କରି ଜବତ କରିଥିଲେ। ଶୋଇବା ଘର ମଧ୍ୟରେ ଗୋଟିଏ ରକ୍ତାକ୍ତ କୁରାଢି ପଡିଥିବା ରୁ ବିପିନ ପ୍ରଥମେ ନିଜ ସ୍ତ୍ରୀ ଲିଲି କୁ ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ପୋଲସରା ଥାନାର ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସ୍ୱାମୀ ଓ ସ୍ତ୍ରୀ ଙ୍କ ଶବ ଦ୍ବୟ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ଶବ ବ୍ୟବଛେଦ ଓ ସାଇଣ୍ଟଫିକ ଟିମଙ୍କ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ