ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ପକ୍ଷରୁ ଗୁରୁଦିବସ ପାଳିତ
ବ୍ରହ୍ମପୁର, (ଅନିଲ କୁମାର): ଭାରତର ସର୍ବପୂରାତନ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ଭାରତୀୟ ବଜାରରେ ନିଜର ପ୍ରତିଷ୍ଠା ବଜାୟ ରଖିବା ସହ ସେମାନଙ୍କର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସୁବିଧା ଓ ସେବା ଦେବାରେ ମଧ୍ୟ ଆଗରେ ରହିଛି । ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତାଙ୍କ ପକ୍ଷରୁ ପବିତ୍ର ଗୁରୁଦିବସ ଉପଲକ୍ଷେ ନିଗମର ଏସବିଏ ଶ୍ରୀ ସୁବ୍ରତ କୁମାର ଖାଡ଼ଙ୍ଗାଙ୍କୁ ତାଙ୍କର ଅଧୀନରେ ଥିବା ସମସ୍ତ ଏଲ୍ଆଇସି ଅଭିକର୍ତ୍ତାଙ୍କ ଗହଣରେ ଗୁରୁଦିବସ ପାଳନ କରାଯାଇଛି । ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡିରେ ଥିବା ଶ୍ରୀଶ୍ରୀ ନର୍ମଦେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଏହି ପବିତ୍ର କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏସବିଏ ଶ୍ରୀ ଖାଡ଼ଙ୍ଗାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ଦ୍ୱାରା ବହୁ ଅଭିକର୍ତ୍ତା ଓ ଏଲ୍ଆଇସି ଗ୍ରାହକ ଉପକୃତ ହୋଇଥିବା ବେଳେ ବିଶେଷ କରି ଏଲ୍ଆଇସି ଅଭିକର୍ତ୍ତାମାନେ ଶ୍ରୀ ଖାଡ଼ଙ୍ଗାଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ସେମାନେ କିପରି ତାଙ୍କର କାର୍ଯ୍ୟରେ ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି ସେ ନେଇ ବହୁ ଅଭିକର୍ତ୍ତା ନିଜସ୍ୱ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପି. ବେନୁଗୋପାଳ ପାତ୍ର, ରାମକୃର୍ଷ୍ଣ ମଲ୍ଲ, କେ. ନାଗେଶ୍ୱର ରାଓ, ନବୀନ ସାହୁ, ଉମାଚରଣ ପାତ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ବହୁ ବରିଷ୍ଠ ଅଭିକର୍ତ୍ତାଙ୍କ ସମେତ ଶତାଧିକ ଏଲ୍ଆଇସି ଅଭିକର୍ତ୍ତା ଉପସ୍ଥିତ ଥିଲେ । ଏଠାରେ ସ୍ୱତନ୍ତ୍ର ଭାବେ ଏଲ୍ଆଇସି ଗୁରୁଙ୍କ ସହ ଗୁରୁମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସରୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏସବିଏ ଶ୍ରୀ ଖାଡ଼ଙ୍ଗା ଉପସ୍ଥିତ ଥିବା ସମସ୍ତ ଜୀବନବୀମା ଅଭିକର୍ତ୍ତାଙ୍କୁ ପବିତ୍ର ଗୁରୁଦିବସ ଅବସରରେ ସେମାନଙ୍କ ଉଜ୍ୱଳ ଭବିଷ୍ୟତକାମନା କରିବା ସହ ଆଗକୁ ମଧ୍ୟ ସେମାନଙ୍କ ସଫଳତା ଓ ସହଯୋଗ ପାଇଁ ସବୁବେଳେ ଉତ୍ସର୍ଗୀକୃତ ରହିବେ ବୋଲି ପ୍ରକାଶ କରିବା ସହ ଏପରି କାର୍ଯ୍ୟ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟୁ ବୋଲି କହିଥିଲେ.