ଦୁର୍ଦ୍ଦିନରେ ମୂର୍ତ୍ତି କାରୀଗର; ସରକାରୀ ସହାୟତାକୁ ଅପେକ୍ଷା

କୋଦଳା, (ଗୁଲସନ୍ କୁମାର କର):ପ୍ରତେକ ମୂର୍ତ୍ତି କାରୀଗର ଟିଏ ପର୍ବପର୍ବାଣୀ ବା ପୂଜା କୁ ଅନେଇ ରହିଥାଏ କାହିଁକି ନା ମୂର୍ତ୍ତି ଗଢିବା ଦ୍ୱାରା ତା ପରିବାରର ଗୁଜୁରାଣ ମେଣ୍ଟାଏ। ସେଭଳି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ମଧ୍ୟ ୫ ରୁ ୬ ଟି ପରିବାର ବିଭିନ ପ୍ରକାରର ମୂର୍ତ୍ତି ଗଢ଼ି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ କାରିଗର ମାନେ ଟଙ୍କାଟିଏ ମଧ୍ୟ ରୋଜଗାର କରିପାରୁନାହାନ୍ତି।କିନ୍ତୁ ଏହିବର୍ଷ ରାଜ୍ୟ ସରକାର ପୂଜା ଓ ପର୍ବପର୍ବାଣି କୁ ନେଇ କୋଭିଡ କଟକଣା କୁ ସାମାନ୍ୟ କୋହଳ କରିଛନ୍ତି। ରାଜ୍ୟ ସରକାର ଗଣେଶ ପୂଜା,ଦୁର୍ଗା ପୂଜା ଓ ବିଭିନ୍ନ ପୂଜା ପାଈଁ ଅନୁମତି ପ୍ରଦାନ ଦେଇଥିବା ବେଳେ ୪ ଫୁଟ ଲମ୍ବର ମୂର୍ତ୍ତି ତିଆରି ହୋଇପାରିବ ଏବଂ ପୂଜା ମଣ୍ଡପରେ ୭ ଜଣଙ୍କୁ ହିଁ ଅନୁମତି ରହିଛି। ଭିଡ଼ କୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ନିମନ୍ତେ ବାରଣ କରାଯାଇଛି। କାରିଗରମାନଙ୍କ କହିବା ମୁତାବକ ଗଣେଶ ପୂଜାରେ ମୂର୍ତ୍ତି ଗଢିକି ହିଁ ଭଲ ରୋଜଗାର ହୋଇଥାଏ କିନ୍ତୁ ସରକାରଙ୍କ ଏହି କଟକଣା ଯୋଗୁଁ ସାନ ସାନ ମୂର୍ତ୍ତି ଗଢି ପରିବାର ଭରଣ ପୋଷଣ କରିବା ସମ୍ଭବ ପର ହୋଇପାରୁନାହିଁ;କାହିଁକି ନା ପୂର୍ବଥର ମଧ୍ୟ ମୂର୍ତ୍ତି ଗଢିବାକୁ ଅନୁମତି ନଥିବାରୁ ହାତ ବାନ୍ଧି ବସିଥିଲୁ। ରାଜ୍ୟ ସରକାର ଯଦି କିଛି ସାହାଯ୍ୟ କରିଥାନ୍ତେ ପରିବାର ପୋଷଣ ରେ ଯେଉଁ ଅସୁବିଧା ହେଉଛି ତାହା କିଛି ପରିମାଣରେ ଦୂର ହୁଅନ୍ତା।କେବଳ ଯେ ମୂର୍ତ୍ତି କାରିଗର ନୁହେଁ ଲାଇଟ ,ଟେଣ୍ଡ ହାଉସ ଠୁ ନେଇ ଡିଜେ ପର୍ଯ୍ୟନ୍ତ ସମସ୍ତ ଙ୍କ ରୋଜଗାର କରୋନା ପାଇଁ ବାଧାପ୍ରାପ୍ତ ହେଉଛି।ଓଡ଼ିଶା ହେଉଛି କଳା ଓ ସଂସ୍କୃତିର କ୍ଷେତ୍ର ଅନ୍ୟ ରାଜ୍ୟ ଭଳି ସରକାର ଓଡ଼ିଶାର କଳା ସଂସ୍କୃତି ସହ କାରିଗର ମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ସେମାନେ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ