ପବିତ୍ର ଗୁରୁ ଦିବସରେ ଗୁରୁ ଙ୍କୁ ସମ୍ମାନିତ କଲେ ରାଇରଙ୍ଗପୁର ରୋଟାରୀ କ୍ଲବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜି ପବିତ୍ର ଗୁରୁ ଦିବସ।ଭାରତ ର ପ୍ରଥମ ଉପ-ରାଷ୍ଟ୍ରପତି ଡ଼କ୍ଟର ସର୍ବପଲ୍ଲୀ ରାଧାକିଷ୍ନନ ଙ୍କ ଜନ୍ମ ଦିବସ କୁ ଗୁରୁ ଦିବସ ଭାବରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଛି। ପିତା ମାତା ଙ୍କ ପରେ ଗୁରୁ ହିଁ ଆମ ମାନଙ୍କୁ ଅଜ୍ଞାନ ରୂପକ ଅନ୍ଧକାର ରୁ ଆଲୋକ କୁ ବାହାର କରିବା ପାଇଁ ମାଗ ଦର୍ଶନ ଦେଖାଇ ଥାଆନ୍ତି।ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବାକୁ ଗୁରୁଙ୍କ ଆବଶ୍ୟକ ପଡିଥାଏ।ଏହି ପବିତ୍ର ଗୁରୁ ଦିବସରେ ରାଇରଙ୍ଗପୁର ରୋଟାରୀ କ୍ଳବ ତରଫରୁ ଉପଖଣ୍ଡ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଅବସର ଓ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ରୋଟାରୀ କ୍ଳବ ର ସଭାପତି କାଳୀ ପ୍ରସନ୍ନ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରୀୟ ବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ, ରିଚାର୍ଡ ମିଶନ ସ୍କୁଲ,ବାଳିକା ବିଦ୍ୟାଳୟ, ବହଳଦା ମହାବିଦ୍ୟାଳୟ ସମେତ ଅନେକ ବିଦ୍ୟାଳୟ ର ୨ ଛଣ ଶିକ୍ଷକ ଶିକ୍ଷୟିତ୍ରୀ ଅଵସରପ୍ରାପ୍ତ ଶିକ୍ଷୟତ୍ରୀ ସବିତା ପଟନାୟକ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିରଣ୍ମୟୀ ଦାସ,ଅଧ୍ଯାପକ ପ୍ରଶାନ୍ତ ବାରିକ,ଅଧ୍ଯାପ ରବି କୁମାରପାଲ,ରାଜେନ୍ଦ୍ର ପ୍ରସାଦ ସାହା,ରଂଜନ କୁମାର ମହାନ୍ତ,ସୁମନ ଜେନା,କେଡରିକ୍ ବୋନଜର,ଶଶିଧର ମିଶ୍ର,ଦେବାନନ୍ଦ ଝା,ଶ୍ରୀମତୀ ଆଶା ସାହୁଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ଯକ୍ରମରେମୁଖ୍ଯ ଅତିଥି ଭାବେ ଇଂ ପ୍ରମୋଦ କୁମାର କୌମାସିଂ,ସମ୍ମାନିତ ଅତିଥିନିରଜ ପଣ୍ଡା ଯୋଗ ଦେଇଥିଲେ ।ସମ୍ମାନିତ ଉତ୍ସବରେ ରୋଟାରିଆନ ଵିଷ୍ନୁ ପ୍ରସାଦ ଜେନା,ରବିନ।ଦ ଵାଗାଡି,,ଵିକାଶ ଭତ,ଟି କେ ଭିଜୟନ,ବିବେକ ପାହାଡି,ରବି ଅଗ୍ରଓ୍ବାଲ,ଶିବାଶିଷ ଦେବ,ସୁଜିତ ଯେନା,ସାମ୍ବାଦିକ ସୁଜିତ ପଟନାୟକ,ନଶନ ମହାନ୍ତ,ମେଘନାଦ ହେମ୍ରମ,ଅକ୍ଷୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।ଅତନୁ ମହାନ୍ତି ମଂଚ ପରିଚାଳନା କରିଥିଲେ ।ସଂପାଦକ ପ୍ରତ୍ଯୁଷ ପରିଡା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।ଗୁରୁଦିବସରେ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜର ଅନୁଭୂତି ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ