ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ‘ପ୍ରେରଣା ଦିବସ’

ବାଲେଶ୍ୱର, (ସରୋଜ ପଣ୍ଡା ): ବାଲେଶ୍ୱରରେ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ୨୦୦୫ ମସିହାରୁ ହୋଇଥିବା ଗଣତାନ୍ତ୍ରିକ ଆନ୍ଦୋଳନର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ‘ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ‘ପ୍ରେରଣା ଦିବସ’ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ଥିବା ପ୍ରଶିକ୍ଷଣ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟି ସଭାପତି ମମତା ମହାପାତ୍ର ପୌରୋହିତ୍ୟ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ ଜଗଦେବ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଗତ ୨୦୧୨ ମସିହାରେ ଦୁର୍ଘଟଣାରେ ଆହତ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ଦୀର୍ଘ ସଂଗ୍ରାମର ଫଳ ସ୍ୱରୂପ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଉନ୍ନତ ଡାକ୍ତରଖାନା ପ୍ରତିଷ୍ଠା ହୋଇପାରିଛି ବୋଲି କହିଥିଲେ । ତେବେ ସମୂହ ସ୍ୱାର୍ଥରକ୍ଷା ପାଇଁ ଡାକ୍ତରଖାନାରେ ହୃଦରୋଗ ଓ ସ୍ନାୟୁ ରୋଗ ବିଭାଗର ବିଶେଷଜ୍ଞ ନିଯୁକ୍ତି ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ ଏନେଇ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଥିବା ଅତିଥିମାନେ ସୂଚନା ଦେଇଥିଲେ । କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ୨୦୧୨ ମସିହା ଦୁର୍ଘଟଣାର ସ୍ମୃତିଚାରଣ କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଚଳିତବର୍ଷ ଉତ୍ସବ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ କଥା ରଖିଥିଲେ । ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଇଂ. ଡଃ ହୃଷିକେଶ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ପୁରୁଷୋତ୍ତମ ବେହେରା, ବନ୍ଦନା ବିଶ୍ୱାସ, ଅଞ୍ଜନା ସେନ୍ ଓ କ୍ରିଷ୍ଣା ସାହା ପ୍ରମୁଖ ସହଯୋଗ କରିଥିଲେ । ବରିଷ୍ଠ ସଦସ୍ୟ ଶମ୍ଭୁନାଥ ମହାନ୍ତି, ପ୍ରଫେସର ଅନନ୍ତ ପ୍ରଧାନ, ଭଗବାନ ରାଉତ, ପ୍ରଭାକର ସାହୁ, କାଞ୍ଚନବାଳା ପାତ୍ର, ନିରଞ୍ଜନ ରାଉତ, କୁମୁଦ ଗିରି, ପଦ୍ମଲୋଚନ ଦତ୍ତ, ଉପେନ୍ଦ୍ର ନାଥ ପାତ୍ର, ବନମାଳି ନାୟକ, ରମେଶ ଚନ୍ଦ୍ର ଜେନା, ସୁମତି ମହାପାତ୍ର, ଶ୍ରଦ୍ଧାଞ୍ଜଳୀ ରାୟ ଓ ଜଗତାନନ୍ଦ ବିଶ୍ୱାଳ ପ୍ରମୁଖ ଶତାଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ