ଫଳକରେ ନାମ ଥାଇ ମଧ୍ୟ ଶିଳାନ୍ୟାସ କରିବାକୁ ଆସିଲେନି ମନ୍ତ୍ରୀ: ଫିକା ପଡିଲା ଉତ୍ସବ
ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ସୁହାଗପୁର ଗ୍ରାମପଞ୍ଚାୟତର ଫକିରସାହି ଠାରେ ୫୫ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ବର୍ହିଃଚିକିତ୍ସାଳୟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନ ଆସିବାରୁ ସ୍ଥାନୀୟ ଜନସାଧାରଣ ଓ କର୍ମୀଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଡାକ୍ତର ଅମ୍ଳାନ କୁସୁମ ଛୋଟୋଇ ନୂତନ ଗୃହନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି କବିରାଜ ବିଶ୍ଵାଳ, ସାଂସଦଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ସାହୁ, ସରପଞ୍ଚ କଣ୍ଢେଇ କାଣ୍ଡି, ସମିତି ସଭ୍ୟା ଝରଣା ଦାସ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଓଝା ଓ ସାଧୁ ଚରଣ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ମିଶ୍ର, ସୁଧାକର ସାହୁ ପ୍ରମୁଖ ଯୋଗଦେଇ ଥିଲେ।ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଆଶିଷ କୁମାର ମହାପାତ୍ରଙ୍କ ସହଯୋଗରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଶିଳାନ୍ୟାସ ଫଳକରେ ମନ୍ତ୍ରୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ନାମ ଥିବାବେଳେ ସେମାନଙ୍କ ଅନୁପସ୍ଥିତି ସ୍ଥାନୀୟ ଜନସାଧାରଣ ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଦଳମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବାରୁ ମନ୍ତ୍ରୀ ଶିଳାନ୍ୟାସ ଉତ୍ସବ କୁ ଆସିଲେନି ବୋଲି ଚର୍ଚ୍ଚା ହେଉଛି l ଅପର ପକ୍ଷରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର ମହାପାତ୍ର ଉକ୍ତ ଉତ୍ସବର ସମସ୍ତ ଆୟୋଜନ କରିଥିବା ସତ୍ୱେ ତାଙ୍କ ନାମ ଫଳକରେ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ଡାକ୍ତର ମହାପାତ୍ର କାକଟପୁର ଓ ଆଖପାଖ ଅଞ୍ଚଳରେ ଜନ ସାଧାରଣଙ୍କୁ ଅବିରତ ସେବା ଯୋଗାଇଆସୁଥିବାବେଳେ ତାଙ୍କୁ ଉକ୍ତ ଉତ୍ସବରେ ଅଣଦେଖା କରିବା ଅବା ତାଙ୍କ ନାମ ଶିଳାନ୍ୟାସ ଫଳକରେ ନରଖିବା ହେତୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଆଲୋଡନ ସୃଷ୍ଟି କରିଛି l ଫଳକରେ ମନ୍ତ୍ରୀଙ୍କ ନାମ ଥାଇ ମନ୍ତ୍ରୀ କିମ୍ବା ସ୍ଥାନୀୟ ଲୋକପ୍ରତିନିଧି ନଆସିବା ଏବଂ କାକଟପୁର ଅଞ୍ଚଳର ବରିଷ୍ଠ ଚିକିତ୍ସାଧିକାରୀଙ୍କ ନାମ ଫଳକରେ ନରଖିବା ଯୋଗୁଁ ଉତ୍ସବଟି ଫିକା ପଡିଲା ବୋଲି ଲୋକ ମlନେ କୁହା କୁହି ହେଉଛନ୍ତି l


