କନିଷ୍ଠ କିରାଣୀଙ୍କ ବିୟୋଗରେ ମହାବିଦ୍ୟାଳୟରେ ଶୋକସଭା
ନାଉଗାଁ, (ୱାଇଏନ୍ଏସ୍):ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଡିଇଓ ରଶ୍ମୀରଂଜନ ପାଢୀ(୩୨)ଙ୍କର ରବିବାର ଅକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ସୋମବାର ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଉପସ୍ଥିତ ସମସ୍ତ କର୍ମଚାରୀ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତଃ ପାଢୀଙ୍କ କର୍ତବ୍ୟ ନିଷ୍ଠା, ସମୟାନୁବର୍ତିତା,ମଣିଷପଣିଆ ଇତ୍ୟାଦି ବିଷୟରେ ସ୍ମୃତିଚାରଣ କରି ଦୁଃଖ ପ୍ରକାଶ କରିଥିଲେ । ଉକ୍ତ ସଭାରେ ଅଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା, ହୃଦାନନ୍ଦ ସ୍ୱାଇଁ, ଚୌଧୁରୀ ବିନେଶ ଦାସ, ତୁଷାରକାନ୍ତ ଦାସ, ପ୍ରଭାତ କୁମାର ଶତପଥି, ଚନ୍ଦ୍ର ଶେଖର ପୁହାଣ ମୂଖ୍ୟ କିରାଣୀ ବିଜୟ କୁମାର ଦାଶ, ବରିଷ୍ଠ କିରାଣୀ ସୁଶିଲ କୁମାର ବିଶ୍ୱାଳ, ସହ-କିରାଣୀ ରମେଶ ଦାସ, ରଂଜିତ ମହାନ୍ତି, ଏମ୍.ଏସ ନିହାରଂଜନଙ୍କ ସହିତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


