କ୍ୟାପଟେନ ଦିବ୍ୟଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ଆଜି ଜୁନାଗଡ଼ ବ୍ଲକ ସ୍ଥିତ ଆଟିଗାଁ ଗ୍ରାପ ର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ରେ ସାମିଲ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜୁ ଯୁବ ଜନତାଦଳ ସଭାପତି ଆଦିତ୍ୟ ନନ୍ଦ, ବ୍ଲକ ସଭାପତି ପ୍ରମୋଦ ବେହେରା , ଯୁବ ନେତା ଅଜୟ ବେହେରା, ବ୍ଲକ ଯୁବ ସଭାପତି ହିଂମାଶୁ ପୂଜାରୀ, ବିଜେଡି ନେତା ପ୍ରଦ୍ୟୁମ୍ନ ରାଉତ, ରାଜେନ୍ଦ୍ର ମେହେର ,ପଂଚାୟତ ସଭାପତି ଯୁଧିଷ୍ଠିର ବିଶ୍ୱାଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଯୁବନେତା କ୍ଷୀରସିନ୍ଧୁ ନାଏକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l


