୨୪ ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଳ୍‌ାର ୨୪ ଜଣ କନିଷ୍ଠ ରାଜସ୍ୱ ସହାୟକ ନିଯୁକ୍ତି ପାଇଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ୨୪ ଜଣ ନବ ନିଯୁକ୍ତ ପ୍ରାର୍ଥୀଙ୍କର କାଉନ୍‌ସେଲିଂ କରାଯାଇଥିଲା । ସେମାନଙ୍କର ମେରିଟ ଅନୁସାରେ ସେମାନଙ୍କୁ ସ୍ଥାନ ଚୟନ ପାଇଁ ମତାମତ ମଗାଯାଇଥିଲା । ନିଜର ସୁବିଧା ଅନୁସାରେ ପ୍ରାର୍ଥୀ ମାନଙ୍କୁ ସୁଯୋଗ ଦିଆଯାଇଥିଲା । ଏହି କାଉନ୍‌ସେଲିଂରେ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, କାର୍ଯ୍ୟାଳୟ ଅଧିକ୍ଷକ ଅଲେଖ ପ୍ରସାଦ ମହାରଣା, ବରିଷ୍ଠ ରାଜସ୍ୱ ସହାୟକ ବିନୟ କୁମାର ନାୟକ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ପରେ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ୨୬ ଗୋଟି ପଦବୀ ପାଇଁ ପ୍ରାର୍ଥୀ ମାନଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଅନ୍ୟତ୍ର ନିଯୁକ୍ତି ପାଇସାରିଥିବାରୁ ୨ ଜଣ ଅନୁପସି୍ଥତ ରହିଥିବାରୁ ୨୪ ଜଣ ନିଯୁକ୍ତି ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ