କୋଣାର୍କ : ଶ୍ରୀଗଣେଶ ପୂଜା ପାଳିତ

କୋଣାର୍କ (ଗଣେଶ ବେହେରା ): ବିଘ୍ନେଶ୍ୱର ବିଘ୍ନ ବିନାଶକ ଭଗବାନ ଶ୍ରୀଗଣେଶ ଙ୍କ ପୂଜା କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କୋଣାର୍କ ସାମ୍ବାଦିକସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। କୋଣାର୍କ ସାମ୍ବାଦିକସଂଘର ସଭାପତି ଜ୍ୟୋତିରାଜ ମହାନ୍ତି ଶ୍ରୀଗଣେଶ ଙ୍କ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଏହି ପୂଜା ସମାରୋହରେ ସଂଘର ସଂପାଦକ ମନୋରଞ୍ଜନ ପଣ୍ଡା, ଉପସଭାପତି ଭାଗୀରଥୀସ୍ୱାଇଁ, ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ପାତ୍ର, ଉପଦେଷ୍ଟା ରାଜେଶ କୁମାର ମହାନ୍ତି, ଆଇନୀପରାମର୍ଶଦାତା ମାଧବାନନ୍ଦପତି, ସାମ୍ବାଦିକ ପ୍ରଦୀପ କୁମାର ଛାଟୋଇ, ସାମ୍ବାଦିକ ପ୍ରତାପ କୁମାର କାଣ୍ଡି, ସୁକାନ୍ତ କୁମାର ବିଶ୍ବାଳ, ଅରୁଣ କୁମାର ବିଶ୍ବାଳ ଓ ଗଣେଶ ଚନ୍ଦ୍ର ବେହେରା ସମେତ ସଭ୍ଯ ସଭ୍ଯା ମାନେ ଯୋଗ ଦେଇ ପ୍ରଭୂ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଥାନା ଛକ ସ୍ଥିତ ଗଣେଶ କମିଟି, କୋଣାର୍କ ବସଷ୍ଟାଣ୍ଡ ଗଣେଶ କମିଟି,ମା ତାରିଣୀ ରାଣୀହାଟ ସାହି ଯୁବକ ସଙ୍ଘ ସମେତ କୋଣାର୍କ ଓ ଆଖପାଖ ଅଞ୍ଚଳରେ କୋଭିଡି କଟକଣା ପାଳନ କରଯାଇ ଭଗବାନ ଶ୍ରୀଗଣେଶ ଙ୍କ ପୂଜାର୍ଚ୍ଚନା ସମ୍ପାଦିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ