ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଓଡିଶାର ଆଇନମନ୍ତ୍ରୀ ପ୍ରତାପ ଜେନା ହୃଦରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରଂଟ ପକ୍ଷରୁ ଗରାପୁର ସ୍ଥିତ କାଳି ମନ୍ଦିର ପ୍ରାଙ୍ଗଣରେ ସମୁହ ଦୀପଦାନ କରାଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଛି । ରାଜ୍ୟ ବିଜେଡି ଲିଗାଲ ପ୍ରଂଟର ସଦସ୍ୟ ସଂଜୟ କୁମାର ଜେନାଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ଭୀମସେନ ଭୂୟାଁ, ଗୋକୁଳି ରଂଜନ ଦାସ, ମନୋଜ ସାହୁ, ନିରଞ୍ଜନ ବଳ, ମାନସରଂଜନ ଧଳ, ରଞ୍ଜନ କୁମାର ପଣ୍ଡା, ସୁରେଶ ନାୟକ, ଦିନେଶ ରାଜ ସିଂ, ଗୋବର୍ଦ୍ଧନ ରାଉତ, ଦେବଦାଶ ମହାନ୍ତି, ଧିରେନ ସାହୁ, ରମାକାନ୍ତ ସ୍ୱାଇଁ, ଅଫସର ଅଲ୍ଲୀ ବକ୍ସ, ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜେନ୍ଦ୍ର ମିଶ୍ର, ସୁଶିଲ ଦାସ, ପ୍ରଭାତ ପ୍ରଧାନ, ହିରଣ୍ୟ ପଣ୍ଡା, ସମାଜସେବୀ ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ ପ୍ରମୁଖ ଯୋଗଦେଇ ମା’କାଳି ଙ୍କ ନିକଟରେ ଶ୍ରୀ ଜେନାଙ୍କ ଆଶୁ ଆରୋଗ୍ୟ ଓ ଉତମ ସ୍ୱାସ୍ଥ୍ୟ କାମନା କରି ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ