ରାଇରଙ୍ଗପୁରରେ ନଗର ବିଜେଡି କର୍ମି ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଆଗକୁ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସବୁ ଦଳ ଉଣା ଅଧିକ ତତ୍ପରତା ଦେଖାଇଛନ୍ତି । କର୍ମି ସମ୍ମିଳନୀରେ ବିଜେଡି ସବୁ ଦଳଙ୍କଠାରୁ ଆଗରେ । ଆଜି ରାଇରଙ୍ଗପୁରର ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ବରେ ନଗର ବିଜେଡି କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଵେ ସାରସକଣା-ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ,ମୋରଡା ବିଧାୟକ ରାଜ କିଶୋର ଦାସ ,ସହ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ,ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିତିନନ୍ଦା କାନୁନଗୋ,ମୟୂରଭଂଜ ସାଂସଦ ପ୍ରାର୍ଥୀ ଡାକ୍ତର ଦେବାଶୀଷ ମାରାଣ୍ଡୀ,ରାଇରଙ୍ଗର ପୌରାଞ୍ଚଳ ବିଜେଡି ସଂଯୋଜକ ଗିରିଧାରୀ ପୃଷ୍ଟି,ମୟୂରଭଂଜ-୨ଯୁବ ବିଜେଡିଜିଲ୍ଲା ସଭାପତି ଅଭିଷେକ ପଟନାୟକ,ମହିଳା ବିଜେଡି ସଭାପନେତ୍ରୀ ତନୁଜା ମହାନ୍ତ,ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଭାତ ପଟନାୟକ(ବୁଲୁ) ସ୍ବାଗତ ଭାଷଣ ଦେଇଥିଲେ ।ରାଇରଙ୍ଗପୁର ପୌରାଞ୍ଚଳ ବିଜେଡି ସଂଯୋଜକ ଗିରିଧାରୀ ପୃଷ୍ଟି ଅତିଥି ପରିଚୟ ସ଼ହ ପ୍ରତ୍ୟେକ ଓ୍ବାର୍ଡରେ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ ବିଜେଡି(ପୁରୁଷ,ମହିଳା,ଯୁବ,ଛାତ୍ର) କର୍ମିଙ୍କୁ ନିବେଦନ କରିବାସହ ଗୁରୁତ୍ବ ଆରୋପ କରିଥିଲେ । ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଅନ୍ୟ ଅତିଥି ଗଣ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶମୃଳକ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କିତ ବାର୍ତାକୁ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉପସ୍ଥିତ କର୍ମିମାନଙ୍କୁ ପରାମର୍ଶ ଦେଇଥିଲେ ।ଆଗାମୀ ଦିନରେ ଦଳ ଯେଭଳି ସୁସଂସଗଠିତ ହୋଇ ପୌର ନିର୍ବାଚନରେ ବିଜୟର ବାନା ଉଡାଇବ ସେଥିପାଇଁ ଦଳୀୟ କର୍ମିମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମସ୍ତ ମତ ପାର୍ଥକ୍ୟ ଓ ମନୋମାଳିନ୍ୟକୁ ଭୁଲି ଗୋଟାଏ ମଂଚରେ ଏକାଠି ହୋଇ ବୟସ୍କ ,ବରିଷ୍ଠ,ମହିଳା,ଯୁବ,ଛାତ୍ର,ପୁରୁଣା,ଅଲୋଡା ସମସ୍ତ ବିଜେଡି କର୍ମି ଯୋଗ ଦେଇଥିଲେ ।ଯାହାକୁ ନେଇ କର୍ମି ମହଲରେ ସନ୍ତୋଷ ପ୍ରକାଶ ପାଇଥିବାର ଲକ୍ଷ କରାଯାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ