ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା ଜିଲ୍ଲା କୃଷି ବିଭାଗର ସମୀକ୍ଷା ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ଜିଲ୍ଲା କୃଷି ,ପଶୁସମ୍ପଦ,ମତ୍ସ୍ୟ ଓ ଉଦ୍ୟାନକୃଷି ବିଭାଗର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ କେନ୍ଦ୍ରାପଡା ଜିଲ୍ଲାର କୃଷକମାନଙ୍କ ଉନ୍ନତି ନିମନ୍ତେ କି କି ପଦକ୍ଷେପ ନିଆଯାଇଛି ଏବଂ ସେ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ ବିଭାଗର କୈାଣସି ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ମନ୍ତ୍ରୀ ଶ୍ରୀ ସାହୁ କୃଷି ବିଭାଗର ଉପନିର୍ଦେଶକଙ୍କୁ ଜିଲ୍ଲାରେ କେତେ ପରିମାଣର ମୁଗର ଆବଶ୍ୟକତା ରହିଛି , କେତେ ଉତ୍ପାଦନ ହେଉଛି ଓ ଜିଲ୍ଲା ବାହାରୁ କେତେ ଆସୁଛି ବୋଲି ପ୍ରଶ୍ନ କରିଥିଲେ ? କିନ୍ତୁ ସେ ସମ୍ପର୍କରେ କୈାଣସି ଉତ୍ତର ମିଳିପାରିନଥିଲା । କେଉଁ ବିହନର କେଉଁ କେଉଁ ବ୍ଲକରେ କେତେ ଚାହିଦା ରହିଛି ଓ ବ୍ଲକ ୱାରି କେତେ ବିହନ ବ୍ୟବହାର ହେଉଛି ବୋଲି ପ୍ରଶ୍ନ କରିଥିଲେ କିନ୍ତୁ କୈାଣସି ଉତ୍ତର ମିଳିନଥିଲା । ସେହିପରି ଆତ୍ମାର ସହକାରୀ ପ୍ରକଳ୍ଲ ନିର୍ଦେଶକଙ୍କୁ ଆତ୍ମାର କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ କେତେଥର ବୈଠକ ହୋଇଛି ଓ ଆକ୍ସନ ପ୍ଲାନ କ’ଣ ପ୍ରସ୍ତୁତ ହୋଇଛି,ଜିଲ୍ଲା ସ୍ତରୀୟ ବୈଠକ କେତେ ଥର ହୋଇଛି ଏବଂ କଣ ପ୍ଲାନିଂ କରାଯାଇଛି ମାସକୁ ଛତୁ କେତେ ଉତ୍ପାଦନ ହେଉଛି, ଫୁଲଚାଷ ସମ୍ପର୍କରେ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ,କିନ୍ତୁ କୈାଣସି ଉତ୍ତର ମିଳିନଥିଲା । ଜିଲ୍ଲାରେ କେତେ ଛତୁ ଚାଷ ହେଉଛି ବୋଲି ପ୍ରଶ୍ନ କରିବାରେ ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା କହିଥିଲେ ଯେ ବର୍ଷକୁ ଏକଶହ କ୍ୱିଂଟାଲ ହେଉଛି ଯାହା ସଠିକ ଉତ୍ତର ନଥିଲା ବୋଲି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ପଶୁସମ୍ପଦ ବିଭାଗର ବିଭିନ୍ନ ବ୍ଲକ ୱାରି ତଥ୍ୟ ଜାଣିବାକୁ ଚାହିଁିବାରେ ସେପରି କୈାଣସି ସନ୍ତୋଷ ଜନକ ତଥ୍ୟ ମିଳିନଥିଲା । କୃଷି ବିଭାଗରେ ବେକାରୀ ଯୁବକଙ୍କୁ ଆତ୍ମ ନିଯୁକ୍ତି ନିମନ୍ତେ ବ୍ୟାଙ୍କ ଋଣ ଦେବାରେ ଅବହେଳା କରୁଛି କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ । ଏଥିରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଥିଲେ ଯେ ପଟ୍ଟାମୁଣ୍ଡାଇ ଏସ.ବି.ଆଇ.କୁ ଋଣ ପ୍ରଦାନ ନିମନ୍ତେ ଦରଖାସ୍ତ ମତ୍ସ୍ୟ ବିଭାଗ ପକ୍ଷରୁ ପଠାଯାଇଥିବା ବେଳେ ପରିଚାଳକ କହୁଛନ୍ତି ଯେ ବ୍ୟାଙ୍କ ହିତାଧିକାରୀ ଚିହ୍ନଟ କରିବ ବୋଲି କହୁଛି । ମନ୍ତ୍ରୀ କହିଥିଲେ ଏ ସମ୍ପର୍କରେ ବିଭାଗୀୟ ନିର୍ଦେସକଙ୍କୁ ଜଣାଇଲେ ପଦକ୍ଷେପ ନିଆଯିବ । ଏଥିସହିତ ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର କୃଷକମାନଙ୍କ ଆର୍ଥିକ ଅଗ୍ରଗତି ନିମନ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଏବଂ ଆପଣମାନେ ସର୍ଭିସ କରୁଛନ୍ତି ଜବ କରୁଛନ୍ତି ବୋଲି ଭାବନ୍ତୁ ନାହିଁ ବୋଲି ଉପସ୍ତିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ, ମତ୍ସ୍ୟ ବିଭାଗ ନିର୍ଦେଶକ ଥିରୁମାଲା ନାୟକ,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା,କୃଷି,ଉଦ୍ୟାନକୃଷି,ପଶୁସମ୍ପଦ,ମୃତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ