ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଘୋଷଣା, ସଭାପତି ପ୍ରଶାନ୍ତ, ସାଧାରଣ ସମ୍ପାଦକ ସନ୍ତୋଷ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ସ୍ଥିତ ସ୍ଥାନୀୟ ପିଲିବନ୍ଧ ନିକଟସ୍ଥ ଅସ୍ଥାୟୀ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ସଭାପତିତ୍ବ କରିଥିଲାବେଳେ ବେଳେ ଆଗାମୀ ଦିନରେ ପ୍ରେସ କ୍ଲବ ନୂତନ କୋଠା ନିର୍ମାଣ ଏବଂ ଅନ୍ୟାନ୍ୟ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହା ସହ ଏକ ନୂତନ କମିଟି ଚୟନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପ୍ରେସ କ୍ଲବର ସଭାପତି ରୂପେ ପ୍ରଶାନ୍ତ କୁମାର ମହାରଣା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପ ସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ, ସହ ସମ୍ପାଦକ ଇଜୁ ଅମିନ ଖାନ୍ ଓ କେ. ସତ୍ୟନାରାୟଣ ରେଡ୍ଡୀ ଏବଂ ଉପଦେଷ୍ଟା ଭାବେ ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ବସନ୍ତ କୁମାର ମହାରଣା ଓ ଶ୍ରୀକାନ୍ତ ମହାନ୍ତିଙ୍କୁ ଚୟନ କରାଯାଇଥିଲା। ଆଗାମୀ ଦିନରେ ସମସ୍ତଙ୍କୁ ନେଇ ସାମ୍ବାଦିକଙ୍କ ସୁବିଧା ଅସୁବିଧା ଆଦି ବିଭିନ୍ନ ସମସ୍ୟା ସମାଧାନ ସହ ସମସ୍ତେ ମିଳିମିଶି କାମ କରିବା ପାଇଁ ନୂତନ ସଭାପତି ଶ୍ରୀ ମହାରଣା କହିଥିଲେ। ଶେଷରେ ରବିନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ। ଏଥିରେ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ ମିଶ୍ର, ସୂର୍ଯ୍ୟ ସୁ ପ୍ରକାଶ ଧଳ, ସନ୍ତୋଷ କୁମାର ସାହୁ, ଅଜିତ କୁମାର ସ୍ବାଇଁ,ରବିନ୍ଦ୍ର ନାହାକ, ବିସ୍ମୟ ପ୍ରଧାନ, ଦେବବ୍ରତ ପଣ୍ଡା, ଭଗବାନ ରାଉଳ, ଗୈାରପ୍ରସାଦ ମହାପାତ୍ର, ପ୍ରଦୀପ କୁମାର ସାହୁ, ଅଶୋକ କୁମାର ବେହେରା, କିଶୋର ମହାନ୍ତି, କେ.ରମେଶ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ