ଜାନକୀ ବଲ୍ଲଭ ଗଞ୍ଜମ ଜିଲ୍ଲା କଂଗ୍ରେସ ସେବାଦଳ ସଭାପତି

ବୁଗୁଡା , (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ବିଶିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ସୁଶାନ୍ତ କୁମାର ରାଉତଙ୍କ ପୁତ୍ର ଜାନକୀ ବଲ୍ଲଭ ରାଉତଙ୍କୁ ଗୁରୁବାର ସେପ୍ଟେମ୍ବର ୧୬ ତାରିଖ ଦିନ ଭୁବନେଶ୍ୱର କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଓ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ସୁରାଟ କଂଗ୍ରେସ ସେବାଦଳ ମୁଖ୍ୟ ଦେବେନ୍ଦ୍ର ମହାରଣାଙ୍କ ଉପସ୍ଥତିରେ ରାଜ୍ୟ କଂଗ୍ରେସ ସେବାଦଳ ମୁଖ୍ୟ ଆର୍ଯ୍ୟ ପ୍ରସାଦ ଜ୍ଞାନେନ୍ଦ୍ର ଗଞ୍ଜାମ ଜିଲ୍ଲା କଂଗ୍ରେସ ସେବାଦଳ ସଭାପତି ଭାବେ ମନୋନୀତ କରି ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଜାନକୀ ବଲ୍ଲଭ ରାଉତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସେବାଦଳ ସଭାପତି ଭାବେ ମନୋନୀତ ହେବା ଖବର ଜଣାପଡିବା ପରେ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ନିଜର ପ୍ରତିକ୍ରିୟାରେ ଶ୍ରୀ ରାଉତ, ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସେବାଦଳ ମୁଖ୍ୟ ଆର୍ଯ୍ୟ ପ୍ରସାଦ ଜ୍ଞାନେନ୍ଦ୍ର, ପର୍ଯ୍ୟବେକ୍ଷକ ଦେବେନ୍ଦ୍ର ମହାରଣା, ଓ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଉପରେ ଭରଷା ରଖି ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ତାହା ନିଷ୍ଠାର ସହ ପାଳନ କରିବା ସହ ତୃଣମୂଳ ସ୍ତରରୁ କଂଗ୍ରେସ ପାର୍ଟିକୁ ସୁଦୃଢ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ