ଦୁଇ ଅହିରାଜ କ୍ରୀଡାରତ

ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା ): ସଙ୍ଗମ କଲେ ଦୁଇ ଅହିରାଜ । ଯାହା ପ୍ରକୃତିକୁ କରିଛି ଶୋଭାବର୍ଦ୍ଧନ । ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଅହିରାଜଙ୍କ ଖେଳକୁ ଦେଖି ମନଭରି ଉପଭୋଗ କରିଥିଲେ । ଗୁରୁବାର ଅପରାହ୍ନରେ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏପରି ମନୋରମ ଦୃଶ୍ୟ । ଗଜପତି ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଗଣ୍ଡାହାତୀ ଜଳପ୍ରପାତ । ବିଶେଷକରି ବର୍ଷାଦିନରେ ଏଠାକୁ ବହୁ ପରିମାଣରେ ପାଣି ଆସିଥାଏ । ଆଉ ସେହି ପାଣି ଗଣ୍ଡାହାତୀ ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ପ୍ରକୃତିର ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ବନ ବିଭାଗର କହିବାନୁସାରେ ଅପରାହ୍ନ ପ୍ରାୟ ୪ଟାରୁ ୫ ଭିତରେ କମ୍‌ ପର୍ଯ୍ୟଟକ ଥିଲେ । ଠିକ୍ ସେହି ସମୟରେ ସାପ ଦୁଇଟି ସଙ୍ଗମ କରିବାକୁ ସମସ୍ତଙ୍କ ସମ୍ମ୍‌ୁଖକୁ ଆସିଥିଲେ । ସେମାନେ ପାଖାପାଖି ୨୦ ମିନିଟ୍ ଧରି ସଙ୍ଗମକରି ପାଖ ଜଙ୍ଗଲକୁ ଫେରି ଯାଇଥିଲେ । ସେମାନେ କାହାରି କିଛି କ୍ଷତି ଘଟାଇନଥିବା ବନ କର୍ମଚାରୀ କହିଛନ୍ତି । ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ଘନ ଜଙ୍ଗଲ ହୋଇଥିବାରୁ ବହୁ ପ୍ରଜାତିର ସାପ ବସବାସ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ