ଜିଲ୍ଲା ପ୍ରଶାସନ ପାଳନ କଲା ନୂଆଖାଇ ପର୍ବ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଦ୍ୱାରା ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ନୂଆଖାଇ ପର୍ବ-୨୧ ପାଳିତ ହୋଇଯାଇଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପର୍ବକୁ କେନ୍ଦ୍ରାପଡା ଜିଲ୍ଲା ସ୍ତରରେ ପ୍ରଥମ ଥର ପାଇଁ ଆଜି ପାଳିତ ହୋଇଛି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଲୋକ ସଂସ୍କୃତିକୁ ବଞ୍ଚେଇ ରଖିବା ଓ ଜନମାନସରେ ଉଦ୍ଜୀବିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମତବ୍ୟକ୍ତ କରିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତନ୍ମୟ କୁମାର ଜେନାଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିିତ ନୂଆଖାଇ ପର୍ବ ୨୦୨୧ ଉତ୍ସବରେ ସଂସ୍ଥା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ସମ୍ମାନୀୟ ଅତିଥି ଭାବେ ପ୍ରଭାସ ରଞ୍ଜନ ଦାସ ଯୋଗ ଦେଇଥିଲେ । ରୟାଲ ଡ୍ୟାନ୍ସ ଏକାଡେମି ଓ ଭାବଗ୍ରାହୀ କଳାନିକେତନର କଳାକାରମାନଙ୍କର ରଙ୍ଗବତୀ ଓ ରସଲକେଲୀ ସମ୍ବଲପୁରୀ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇପଡିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଓ କୋଭିଡ ମାର୍ଗ ଦର୍ଶିକା ଅନୁଯାୟୀ ନୂଆଖାଇ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ ପ୍ରସାଦ ପରିଡା ମଞ୍ଚ ପରିଚାଳନା କରିଥିଲା ବେଳେ ନିଜାରତ ବିଭାଗର ସେକ୍ସନ୍ ଅଧିକାରୀ ଦିବାକର ମହାନ୍ତି ଓ ବରିଷ୍ଠ ରାଜସ୍ୱ ସହାୟକ ପ୍ରଦିପ କୁମାର ଦାସ ସହାୟତା କରିଥିଲେ ।


