ରୋଟାରୀ ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ଛତ୍ରପୁର,(ଦେବଦତ୍ତ ମହାରଣା): ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଖୁବ ପରିଶ୍ରମୀ ଓ ସେମାନେ ଭଲ ପାଠ ପଢୁଛନ୍ତି କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ବିକାଶ ଏବଂ ଦୁର୍ବଳ ଯୋଗାଯୋଗ ଦକ୍ଷତା ଯୋଗୁଁ ସେମାନେ ଭବିଷ୍ୟତରେ ସୁଯୋଗର ସଦୁପଯୋଗ କରିବାକୁ ଅକ୍ଷମ ହେଉଛନ୍ତି। ଏଣୁ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଥିଲା। ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସାଧନ କର୍ମୀ ତଥା ଛତ୍ରପୁର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ ବିଧାନ ନାୟକ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ନିଜ ଘରୋଇ ସହରର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ମୁଁ ଅତ୍ୟନ୍ତ ଖୁସି ଓ ଗର୍ବିତ ବୋଲି ଶ୍ରୀ ନାୟକ ଏହି ଅବସରରେ କହିଥିଲେ। ଡକ୍ଟର ବିମଳ ପ୍ରସାଦ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜଣାଇ ଥିବା ବେଳେ ପ୍ରସନ୍ନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ମରପ୍ରିୟା ପଲେଇ ଓ ସୁରଜିତ ସାମନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ