ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବୈଠକ ସହ ଶପଥପାଠ
ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ସମିତି ବୈଠକ ଗୃହରେ ମଙ୍ଗଳବାର ଦିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ୱଚ୍ଛତା ବିଷୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଅଧକ୍ଷତା କରିଥିଲେ। ବିଡ଼ିଓ ଶ୍ରୀ ସାହୁ ଜିଲ୍ଲାପାଳଙ୍କ ସ୍ୱଚ୍ଛତା ବାର୍ତ୍ତା “ମୋ ସ୍ୱାଭିମାନ ସ୍ୱଚ୍ଛ ଗଂଜାମ” ଉଲ୍ଲେଖ କରି ତାହାକୁ ସଫଳ କରିବା ପାଇଁ ସମସ୍ତେ ବାହ୍ୟ ମଳତ୍ୟାଗ ସମ୍ପୂର୍ଣ୍ଣ ବନ୍ଦ କରି ନିଜ ନିଜର ବ୍ୟକ୍ତିଗତ ପାଇଖାନା ନିୟମିତ ବ୍ୟବହାର କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ସହ ନିଜ ଘରର ୫ ମିଟର କ୍ଷେତ୍ର ପରିସରକୁ ପରିଷ୍କାର ରଖିବା ଆବଶ୍ୟକ ବୋଲି ପ୍ରକାଶ କହିଥିଲେ। ସ୍ୱଚ୍ଛତା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ଶପଥପାଠ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ୱରୂପ କୁମାର ତ୍ରିପାଠୀ, ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭଦ ପରାମର୍ଶଦାତା ରଂଞ୍ଜିତ ପରିଡାଙ୍କ ସମେତ ସମସ୍ତ ସରପଞ୍ଚ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ।