“ମୋ ଡାକ୍ତରଖାନା ମୋ ଗର୍ବ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା , (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୋମବାର ମୋ ଡାକ୍ତରଖାନା ମୋ ଗର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚତୁପାଶ୍ୱର୍କୁ ସଫେଇ କରାଇଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ମାସ ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଡାକ୍ତରଖାନାର ପରିସରରେ କୁଢକୁଢ ଆବର୍ଜନା ଜମା ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କରାଯାଇ ପରିବେଶକୁ ସ୍ବଚ୍ଛ କରାଯାଇଛି । ଫଳରେ ଡାକ୍ତରଖାନାରେ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଏନ୍ ଏ ସି ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ, ମେଡିକାଲ୍ ଇନ ଚାର୍ଜର ଡାକ୍ତର ଚିନ୍ମୟ ମିଶ୍ର, ସମସ୍ତ ଡାକ୍ତର ଓ କର୍ମଚାରୀ, ସ୍ବଚ୍ଛ ସାଥି, ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହି ସ୍ବଚ୍ଛତା ଉପରେ ସଚେତନତା କରାଇଥିଲେ ।


