ଋଷିକୁଲ୍ୟା ରିଭର ଅଥରିଟି ନିର୍ମାଣ ଦାବୀ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ବିଭୁତି

ବ୍ରହ୍ମପୁର, (ଅନିଲ କୁମାର) :ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୁଷଣ ଜେନା ଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଗ୍ରସ୍ଥ କରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କୁ ଭେଟି ଗଞ୍ଜାମ ଜିଲ୍ଲା ରେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଜଳ ସେଚନ ବ୍ୟବସ୍ଥା କୁ କିଭଳି ଭାବେ ସୁଧାର କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୁଚନାଯୋଗ୍ୟ ଯେ ୬୦ହଜାର ହେକ୍ଟର ଆୟକଟ ଉଦ୍ଧେଶ୍ୟରେ ୧୯୦୧ ମସିହାରେ ଋଷିକୁଲ୍ୟା ଜଳ ସେଚନ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ମଧ୍ୟରେ ୧୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଇଂଚେ ଜମିରେ ମଧ୍ୟ ଆୟକଟ୍ ନିର୍ମାଣ ହୋଇନାହିଁ । ତତ୍ ସହିତ କେନାଲ ଓ ପ୍ରକଲ୍ପ ଗୁଡିକ ମଧ୍ୟ ଅଚଳାବସ୍ଥା ଦେଇ ଗତି କରୁଛି । ଗଞ୍ଜାମ ଜିଲ୍ଲା ର ଜୀବନ ରେଖା ଋପେ ପରିଚିତ ଋଷିକୁଲ୍ୟା ନଦୀ ର ସଠିକ ଭାବେ ସରଂକ୍ଷଣ ଏବଂ ପରିଚାଲଣା ହୋଇପାରୁନଥିବା ଯୋଗୁଁ ମରୁଡି ଓ ବନ୍ୟା ସମସ୍ୟା ରେ ଜିଲ୍ଲା ସଦାସର୍ବଦା ଜର୍ଜରିତ ହେଉଛି । ଏହି ସମସ୍ୟା ଗୁଡିକ ଦୃଷ୍ଟିରେ ରଖି ଋଷିକୁଲ୍ୟା ରିଭର ଅଥରିଟି ଗଠନ କରି ପାଖା ପାଖି ୧୦୦ କିମି ଋଷିକୁଲ୍ୟା ଅବବାହିକା ର ସରଜମିନ ସର୍ଭେକ୍ଷଣ କରି ଜଳ ସରଂକ୍ଷଣ ପାଇଁ ବ୍ୟରୋଜ ଡ୍ୟାମ୍ ନିର୍ମାଣ କଲେ ପାଖାପାଖୀ ୩ ଲକ୍ଷ ହେକ୍ଟର ଜମି ଜଳ ସେଚିତ ହୋଇପାରିବ ତତ୍ ସହିତ ଗଞ୍ଜାମ ଜିଲ୍ଲା ପ୍ରତିବର୍ଷ ସାମ୍ନା କରୁଥିବା ମରୁଡି ଏବଂ ବନ୍ୟା ଦାଉ ରୁ ରକ୍ଷା ପାଇପାରିବ ।ଅଚଳାବସ୍ଥା ଦେଇ ଗତି କରୁଥିବା କେନାଲ୍ ଗୁଡିକ ର ପୁନଃ ଉଦ୍ଧାର କଲେ ଅନେକାଂଶରେ ଜଳ ସମସ୍ୟା ଦୂର ହୋ ପାରିବ । ଏଥି ସହ ଗଞ୍ଜାମ ଜିଲ୍ଲାର ଅନ୍ୟତମ ମୁଖ୍ୟ ସମସ୍ୟା ପାନୀୟ ଜଳ ସମସ୍ୟା ନେଇ ମଧ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏହି ଟିମ୍ । ଏହି ଟିମ୍ ରେ ଜିଲ୍ଲା ସଭାପତି ଶ୍ରୀ ଜେନା ଙ୍କ ସହ ଓଡିଶା ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ଏବଂ କ୍ରିଷ୍ନା ରେଡ୍ଡୀ ପ୍ରମୂଖ ଉପସ୍ଥିତ ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ