ବିଜୁ ଆଇନ ସାମ୍ମୁଖ୍ୟର ନୂତନ କର୍ମ କର୍ତ୍ତା ମାନେ ଛତ୍ରପୁର ବିଧାୟକଙ୍କୁ ଭେଟିଲେ

ଛତ୍ରପୁର, (ଦେବଦତ୍ତ ମହାରଣା):ଦଳୀୟ ନିର୍ଦେଶକ୍ରମେ ଛତ୍ରପୁର ଠାରେ ବିଜୁ ଆଇନ ସାମ୍ମୁଖ୍ୟ ଗଠନ ହୋଇଛି କ୍ଷ ଏହାସହ କର୍ମକର୍ତ୍ତା ଚୟନ କରାଯାଇଛି କ୍ଷ ବିଜୁ ଆଇନ ସାମ୍ମୁଖ୍ୟ ରେ ସଭାପତି ଭାବେ ସୁରେଶ କୁମାର ପଣ୍ଡା ଙ୍କ ନେତୃତ୍ୱ ନବ ନିର୍ବାଚିତ କର୍ମକର୍ତ୍ତା ଏବଂ କାର‌୍ୟ୍ୟକାରିଣୀ ସଦସ୍ୟ ମାନେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କୁ ଭେଟି ପୁଷ୍ପଗୁଛ ପ୍ରଦାନ କରି ଦଳୀୟ କାର‌୍ୟ୍ୟକ୍ରମ ସମ୍ପର୍କ ଆଲୋଚନା କରିଥିଲେ କ୍ଷ ସାଧାରଣ ସମ୍ପାଦକ ଏଲ. ଗୋପାଳ ରାଓ ଗଠିତ ହୋଇଥିବା ବିଜୁ ଆଇନ ସାମ୍ମୁଖ୍ୟ ର ଆଗାମୀ କାର‌୍ୟ୍ୟକ୍ରମ ସମ୍ପର୍କ ରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କ୍ଷ ଏହି କାର‌୍ୟ୍ୟକ୍ରମ ରେ ଆବାହକଭାବେ ମନୋଜ କୁମାର ପାଢୀ, ମୁଖ୍ୟ ଉପଦେଷ୍ଟା ବିଜୟ କୃଷ୍ଣ ପଟ୍ଟନାୟକ, ଉପଦେଷ୍ଟା ଭାବେ ଅଶୋକ କୁମାର ଚୌଧୁରୀ, ରମେଶ ଚନ୍ଦ୍ର ଚୌଧୁରୀ, ପରମାନନ୍ଦ ମିଶ୍ର, ପ୍ରଦୀପ କୁମାର ପାତ୍ର, ଅରୁଣ କୁମାର ପଣ୍ଡା ଓ ରାମକୃଷ୍ଣ ଦାଶ, ଉପସଭାପତି ଭାବେ ବି. ସୁଦାମ, ଅହି ଭୂଷଣ ସାହୁ, ଭୈରବି କୁମାର ପଟ୍ଟନାୟକ, ସିମାଞ୍ଚଳ ମହାପାତ୍ର ଓ କିଶୋର ଚନ୍ଦ୍ର ସେନାପତି, ସମ୍ପାଦକ ଡ଼ଃ. ରାଜେନ୍ଦ୍ର କୁମାର ଦାଶ, ସୁରେଶ କୁମାର ସେନାପତି, ନିରାକାର ମାଳି, ସୌରୀ ପ୍ରସାଦ ବେହେରା ଓ କୃଷ୍ଣ ଚନ୍ଦ୍ର ବେହେରା,ସୋସିଆଲ ମିଡ଼ିଆ ର ଦାୟିତ୍ୱ ଥିବା ଡି. ପଦ୍ମନାଭ ପ୍ରଧାନ, ସଞ୍ଜୟ କୁମାର ବେହେରା, ବି. ସୁଧୀର ଓ ସୁମିତ ସାହୁଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ କ୍ଷ ନୂତନ କର୍ମକର୍ତ୍ତାମାନଙ୍କୁ ବିଧାୟକ ଶ୍ରୀ ବେହେରା ମଧ୍ୟ ଶୁଭେଚ୍ଛା ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ