ବଂଶଧାରାରୁ ବେଆଇନ୍ ବାଲି ଚାଲାଣ,୩ ଟ୍ରାକ୍ଟର ଜବତ

ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗରରେ ବାଲି ର‌୍ୟାପ୍ ବନ୍ଦ ଥିବା ବେଳେ ଚୋରାରେ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଗତକାଲି ଏଭଳି ଭାବେ ଚୋରା ଚାଲାଣ ହେଉଥିବା ବେଳେ ବଂଶଧାରାର କିଡିଗାଁ ନଦୀ ପଠାରୁ ୩ଗୋଟି ଟ୍ରାକ୍ଟର ଜବତ ହୋଇଛି ।କାଶୀନଗର ଆଇଆଇସି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ବାଲି ଲୋଡ୍ ହୋଇଥିବା ତିନୋଟି ଟ୍ରାକ୍ଟର ଜବତ କରିଛନ୍ତି । ପୋଲିସ ତରଫରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜବତ ଟ୍ରାକ୍ଟର ଗୁଡିକୁ ଥାନା ପରିସରରେ ରଖାଯିବା ସହ ତହସିଲଦାରଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସୂଚନା ଦିଆଯାଇଥିଲା । ପରେ ତହସିଲଦାର ଟ୍ରାକ୍ଟର ପିଛା ୨୫ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିବା ସହ ଏମାନଙ୍କ ବିରୁଦ୍ଧରେ ମକଦ୍ଧମା ରୁଜୁ ହୋଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ