ବାଘଶଳା ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ନେଇ ଗୁରାଣ୍ଡି ଥାନାରେ ମାମଲା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବାର ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଛି । ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ, ବାଘଶଳା ଗ୍ରାମର ଗେଦିଲା ଦାଲେୟା (୪୮) ଗତ ୧୭.୦୯.୨୦୨୧ ତାରିଖରେ ନିଜ ଘରୁ ଏକ ଲୁଙ୍ଗି ଗାମୁଛା ଧରି ବାହାରିଥିଲେ । ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇ ଗୁରାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାରେ କେସ ନଂ ୧୫/୨୧ରେ ଏକ ମାମଲା ରୁଜୁ ହୋଇଥିବା ଏବଂ ଏନେଇ ଅଧିକ ଅନୁସନ୍ଧାନ ତଥା ତଦନ୍ତ ଜାରି ରହିଥିବାର ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ସୂଚନା ଦେଇଛନ୍ତି ।


