ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) : ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ପୂର୍ବତନ କାଉନସିଲର ରାଜେଶ କୁମାର ସାହୁଙ୍କ ନେତୃତ୍ୱରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଯୋଗଦେଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଆଡିସନାଲ ଆରଟିଓ କେ.ଭେଙ୍କଟ, ପୂର୍ବତନ କାଉନସଲିର କିଶୋର ଚନ୍ଦ୍ର ସେନାପତି, ବଡ ବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ୍ କୁମାର ରାଉଳ, ଯୁବନେତା ପପୁନ କୁମାର ବେହେରା, ବି.ମଙ୍ଗଳେଶ୍ୱର ରାଓ, ଗୋପାଳ ସ୍ୱାମୀ, ଛାତ୍ର ନେତା ଜି.କେଶବ ରାଓ, ଦେବାଶିଷ ବେହେରା, ନାରାୟଣ ସ୍ୱାଇଁ, କିଷାନ୍ ସାହୁ, ଅନୀଲ ପ୍ରଧାନ, କେ.ଶିବ ଶଙ୍କର ରେଡ୍ଡୀ, ମାଧବ କାୟାଙ୍କ ସମେତ ବହୁ ଯୁବକ ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ । ।


