ଇ ଶ୍ରମ କାର୍ଡ ପାଇଁ ଲୋକେ ରାତି ଉଜାଗର। ଉପକାର ବିଷୟରେ ଅନଭିଜ୍ଞ

ପୋଲସରା, (ଅନିଲ ମହାରଣା):ଗତ କିଛି ଦିନ ହେଲା ପୋଲସରା ଓ ବୁଗୁଡା ଅଞ୍ଚଳରେ ଇ ଶ୍ରମ କାର୍ଡ କରିବା ପାଇଁ ବ୍ୟାକୁଳ ହୋଇ ଲୋକମାନେ ବିଭିନ୍ନ କମ୍ପ୍ୟୁଟର ସଂସ୍ଥା , ଜନସେବା କେନ୍ଦ୍ର ଓ ଅନଲାଇନ କାରବାର ହେଉଥିବା ସ୍ଥାନ ମାନଙ୍କରେ ପ୍ରବଳ ଭିଡ ଜମାଉଥିବା ସହ ବାରଣ୍ଡା ଓ ରେଷ୍ଟ ସେଡ ରେ ରାତ୍ର କଟାଉଥିବା ଦେଖିବାକୁ ମିଳିଛି। ଏହି ଇ ଶ୍ରମ କାର୍ଡ ଦ୍ୱାରା କଣ ଉପକାର ହେବ ସେ ବିଷୟରେ ସମସ୍ତେ ଅନଭିଜ୍ଞ। ଇ ଶ୍ରମ କାର୍ଡ କରିବା ପାଇଁ ଶହ ଶହ ସଂଖ୍ୟକ ବ୍ୟକ୍ତି ନିଜର ଆଧାର କାର୍ଡ , ବେଙ୍କ ଖାତା ଓ ମୋବାଇଲ ଫୋନ ଧରି ଉପରୋକ୍ତ ସ୍ଥାନ ମାନଙ୍କରେ ଅପେକ୍ଷା କରୁଛନ୍ତି। ଆଧାର କାର୍ଡ ସହିତ ମୋବାଇଲ ନମ୍ବର ସଂଯୋଗ ହୋଇନଥିଲେ ଇ ଶ୍ରମ କାର୍ଡ ହେବାରେ ସମସ୍ୟା ହେଉଥିବା ରୁ ଆଧାର କାର୍ଡ ସଂଶୋଧନ କେନ୍ଦ୍ର ଗୁଡିକ ରେ ମଧ୍ୟ ପ୍ରବଳ ଭିଡ ହେଉଛି। ନିଜର ଆଧାର କାର୍ଡ ସହିତ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଗତ ସପ୍ତାହ ରେ ନିକଟସ୍ଥ ବଘାଡି ଗ୍ରାମ ର ଜଣେ ମହିଳା ପୋଲସରା ରେ ଡିଭାଇଡର ପାର ହୋଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯିବା ସମୟରେ, ଆସୁଥିବା ଗୋଟିଏ ଯାତ୍ରୀବାହୀ ବସ ଧକ୍କା ରେ ପ୍ରାଣ ହରାଇଥିଲେ। ତଥାପି ଏହାର ସୁଯୋଗ ନେଇ ବିଭିନ୍ନ ସଂସ୍ଥାର ପରିଚାଳକ ମାନେ ଏହି କାର୍ଡ କରିବା ପାଇଁ ଲୋକ ମାନଙ୍କ ଠାରୁ ୫୦ ଟଙ୍କା ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିବା ଶୁଣାଯାଉଛି। ଇ ଶ୍ରମ କାର୍ଡ ପ୍ରସ୍ତୁତ ବେଳେ କୌଣସି ଫି ଦାଖଲ କରିବା କୁ ପଡି ନଥାଏ। ତଥାପି ଲୋକ ମାନଙ୍କ ଇ ଶ୍ରମ କାର୍ଡ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏମିତି ଶୋଷଣ କରୁଥିବା ଜଣାପଡିଛି। ଦିନ ବେଳେ ସରଭର୍ ଡାଉନ ଯୋଗୁଁ ନେଟ୍ ଖୋଲୁ ନାହିଁ। ଫଳରେ ସଂପୃକ୍ତ ଅନଲାଇନ ସଂସ୍ଥା ବୁଡିକ ରାତିରେ କାର୍ଡ ପ୍ରସ୍ତୁତ କରୁଛନ୍ତି। ଫଳରେ ମହିଳା ଓ ପୁରୁଷ ମାନେ ରାତିସାରା ଅନିଦ୍ରା ହୋଇ ଅପେକ୍ଷା 6 କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯଦି ଶ୍ରମିକ ମାନଙ୍କ ପ୍ରତି ଆନ୍ତରିକତା ଅଛି ଓ ଶ୍ରମିକମାନଙ୍କ ଉପକାର ଚାହୁଁଛନ୍ତି ତାହେଲେ ପ୍ରତ୍ୟେକ ବ୍ଳକରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲି, ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ଜରିଆରେ ଇ ଶ୍ରମ କାର୍ଡ ପ୍ରଦାନ ବ୍ୟବସ୍ଥା କରିବା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ