ଗାନ୍ଧୀ ଜୟନ୍ତୀରେ ସୁଲଣ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ନୋଡାଲ ଅଫିସର ଭାବେ ଜିପିଓ ନବୀନ ଚନ୍ଦ୍ର ନାୟକ, ସରପଞ୍ଚ ଅଶୋକ କୁମାର ଯେନା, ପିଇଓ ନରହରି ନାୟକ, ଜିଆରଏସ ଜଗବନ୍ଧୁ ଯେନା ପ୍ରମୁଖ ଯୋଗଦେଇ ୨୦୨୨/୨୩ ଆର୍ôଥକ ବର୍ଷ ପାଇଁ ପଞ୍ଚମ ରାଜ୍ୟ ଅର୍ଥକମିସନ, ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିସନ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ର୍ରକଳ୍ପ ଚିଠା ପ୍ରସ୍ତୁତ କରି ପଲ୍ଲୀସଭା ଅନୁମୋଦନ ନିମନ୍ତେ ନିମନ୍ତେ ପଠାଇଥିଲେ । ଏହି ବୈଠକରେ କବିତା ପାଢ଼ୀ, ହୃଦାନନ୍ଦ ନାୟକ, ଗୋବିନ୍ଦ ଜେନା, ଶ୍ରାବଣୀ ମଲ୍ଲିକ, ଦୁର୍ଯ୍ୟୋଧନ ଜେନା, ଅଭିରାମ ରାଉତ, ସୁପ୍ରଭା ଜେନା, ରବିନ୍ଦ୍ର ମାଝୀ, କବିତା ବେହେରା, ଜୟନ୍ତୀ ଜେନା, ସାବିତ୍ରୀ ସେଠୀ ପ୍ରମୁଖ ୱାର୍ଡସଭ୍ୟସଭ୍ୟାଙ୍କ ସମେତ ଶତାଧିକ ୧୮ବର୍ଷରୁ ଉର୍ଦ୍ଧ ସାବାଳକ ପଞ୍ଚାୟତବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ