ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ୍‌ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶହୀଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଡ. ଶରତ ଚନ୍ଦ୍ର ସାହୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କଟକ-ବାରବାଟୀର ବିଧାୟକ ଇଂ ମହମ୍ମଦ ମୋକିମ ଯୋଗ ଦେଇ କହିଥିଲେ ଯେ, ଟ୍ରଷ୍ଟ ପକ୍ଷରୁ କଟକ ସହରରେ ଅନେକ ଅତୁଳନୀୟ ସମାଜ ସେବା କାର୍ଯ୍ୟକ୍ରମ କରାଯାଇଛି ଯାହା କି ବେଶ୍ ପ୍ରଶଂସନୀୟ ଏହା ଦ୍ୱାରା ଯୁବପିଢି ବେଶ୍ ପ୍ରେରଣା ପାଇବେ । ମୁଖ୍ୟବ୍ୟକ୍ତା ଭାବେ ଅଭିନେତା କୁନା ତ୍ରିପାଠୀ ଯୋଗ ଦେଇ ଅନୁଷ୍ଠାନର ସଫଳତା ସମ୍ପର୍କରେ କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପ୍ରିଲ୍ୟୁଡର ଏମ୍‌ଡି ସାନୁରଥ, ଜଷ୍ଟିଷ୍ ମନୋର ରଞ୍ଜନ ମହାନ୍ତି, ମଙ୍ଗଳାବାଗ ଥାନା ଆଇସିସି ଅମିତାଭ ମହାପାତ୍ର ପ୍ରମୁଖ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ପ୍ରମୁଖ ଯୋଗଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆଙ୍କର ଶୁଭମ୍ । ଟ୍ରଷ୍ଟ ପକ୍ଷରୁ ଶହୀଦଙ୍କ ପରିବାରବର୍ଗ, ୫୫ରୁ ଉର୍ଦ୍ଧ୍ୱ ସାମାଜିକ ଅନୁଷ୍ଠାନ ଏବଂ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା । ଏଥି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜ ସେବ ନିମନ୍ତେ ଅଗାମୀ ଦିନରେ ଅନେକ ଗଠନ ମୂଳକ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସାମିଲ ହେବ ବୋଲି ସଦସ୍ୟମାନେ କହିଥିଲେ । ଏଥି ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ସଭାପତି ମନୋଜ ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ