ଠକେଇ କରିଥିବା ଘରୋଇ କ୍ଲିନିକ ର ଡ଼ାକ୍ତର ଓ ପରିଚାଳକ ଙ୍କୁ ଗିରଫ ଦାବି

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡା ଅଞ୍ଚଳ ରେ ଥିବା ଏକ ଘରୋଇ କ୍ଲିନିକ ରୋଗୀଙ୍କୁ ଚିକିତ୍ସା କରିବା ନାମରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ନିମାପଡା ଥାନା ଅନ୍ତର୍ଗତ ବାମ ଦେଇପୁର ଗ୍ରାମର ରାମଚନ୍ଦ୍ର ବେହେରା ଙ୍କ ଲିଖିତ ଅଭିଯୋଗ ପରେ ନିମାପଡା ଥାନା ପୋଲିସ ସ୍ଥାନୀୟ ସାଇ ସନ୍ତୋଷୀ ହେଲଥ୍ କେୟାର ନାମକ ଘରୋଇ କ୍ଲିନିକ୍ର ଡ଼ାକ୍ତର ଜ୍ୟୋତି ରଂଜନ ମହାପାତ୍ର ଓ ପରିଚାଳକ ଅମିତ୍ ମିତ୍ର ଙ୍କ ନାମରେ ଦଫା ୪୨୦/୨୯୪/୫୦୬/ ୩୪ ଆଇପିସି ରେ ଏକ ମାମଲା କେଶ ନମ୍ବର ୩୪୬/୨୧ ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି । ପୋଲିସ ରେ ହୋଇଥିବା ଅଭିଯୋଗ ରୁ ଜଣା ପଡ଼ିଛି ଯେ, ବାମଦେଇପୁର ଗ୍ରାମ ର ରାମଚନ୍ଦ୍ର ବେହେରା ଙ୍କ ବୋହୁ ମନସ୍ଵିନୀ (୨୩) ଙ୍କ ପେଟ ରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକମାନେ ଚିକିତ୍ସା ପାଇଁ ନିମାପଡା କେନାଲ ବନ୍ଧ ରେ ଥିବା ସାଇ ସନ୍ତୋଷୀ ହେଲଥ୍ କେୟାର ନାମକ ଘରୋଇ କ୍ଲିନିକ କୁ ନେଇଥିଲେ। ତାଙ୍କ ବୋହୁ ଙ୍କୁ ଚିକିତ୍ସା କରିବା ନାମରେ ଉକ୍ତ କ୍ଲିନିକ ତାଙ୍କ ପରିବାର କୁ ଶୋଷଣ କରିଛି। ଆବଶ୍ୟକୀୟ ଠାରୁ ବହୁ ଅର୍ଥ ଦାବି କରୁଛି। ଏହି ଅଭିଯୋଗ ପାଇ ନିମାପଡା ଥାନା ପୋଲିସ ଉକ୍ତ କ୍ଲିନିକ ର ଡାକ୍ତର ଜ୍ୟୋତି ରଂଜନ ମହାପାତ୍ର ଓ ପରିଚାଳକ ଅମିତ୍ ମିତ୍ର ଙ୍କ ନାମରେ ଦଫା ୪୨୦/୨୯୪/୫୦୬/୩୪ ଆଇପିସି ରେ ଏକ ମାମଲା ରୁଜୁ କରି ( କେଶ ନମ୍ୱର ୩୪୬/୨୧) ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୁରୀ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିମାପଡା ଆସି ସମ୍ପୃକ୍ତ ଘରୋଇ କ୍ଲିନିକ କୁ ଯାଇ ଅଭିଯୋଗ ର ତଦନ୍ତ କରିଛନ୍ତି । ତେବେ ଅଭିଯୁକ୍ତ ଡ଼ାକ୍ତର ଓ କ୍ଲିନିକ ପରିଚାଳକ ଙ୍କୁ ଗିରଫ କରିବା ସହିତ ସମ୍ପୃକ୍ତ କ୍ଲିନିକ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାମଦେଇପୁର ଗ୍ରାମ ର ଶତାଧିକ ମହିଳା, ପୁରୁଷ ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଘଟଣା ସମଗ୍ର ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ