ରାସ୍ତା ଉପରକୁ ନଇଁ ପଡ଼ିଥିବା ଗଛ ଡାଳ କାଟିବାକୁ ଦାବି

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ – କାକଟପୁର ମୁଖ୍ୟ ରାସ୍ତା ର ତୁଳସୀପୁର ଗଣେଶ ବଜାର ଠାରେ ଗୋଟିଏ ବରଗଛ ଓ ଗୋଟିଏ ଓସ୍ତଗଛ ର ଡାଳ ଦୀର୍ଘ ଦିନ ହେବ ରାସ୍ତା ଉପରକୁ ନଇଁ ରହିଛି। ବିଭିନ୍ନ ସମୟରେ ଏହି ଡାଳ ଟ୍ରକ ରେ ଲଦା ହୋଇ ଯାଉଥିବା ଜିନିଷପତ୍ର ରେ ବାଜି ଦୁର୍ଘଟଣା ଘଟୁଛି। ଏହି ଗଛ କାଟିବାକୁ ପୂର୍ତ୍ତ ବିଭାଗ ଅସ୍ତରଙ୍ଗ ବନ ବିଭାଗ କୁ ପତ୍ର ଲେଖିଥିଲେ ମଧ୍ଯ ବନ ବିଭାଗ ନୀରବ ବସିରହିଛି । ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ମୂଲ୍ୟବାନ ଚାକୁଣ୍ଡା, ଆମ୍ବଗଛ ସବୁ ବନବିଭାଗ କାଟି ଦେଇଥିବାବେଳେ ଏଠାରେ ବିପଦ ସୃଷ୍ଟି କରୁଥିବା ବର ଓ ଓସ୍ତଗଛ କୁ କାଟୁନଥିବା ଫଳରେ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଗଛ ଦୁଇଟିକୁ କାଟି ଦେବାକୁ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ