ମହେନ୍ଦ୍ରରେଞ୍ଜରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ମହେନ୍ଦ୍ର ରେଞ୍ଜ ପକ୍ଷରୁ ଅନୁଷ୍ଠିତ ହେଉଥିବା ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଗତକାଲି ଉଦ୍ଯାପନୀ ଦିବସରେ ରାୟଗଡ ବ୍ଲକର ଏସ୍. କରଡାସିଂ ପଞ୍ଚାୟତର କରଣ ସାହି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବନ୍ୟପ୍ରାଣୀ ସପ୍ତାହ ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଜଙ୍ଗଲସୁରକ୍ଷା, ଜଙ୍ଗଲରେ ନିଆନ ଲଗାଇବା, ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା, ପୋଡୁଚାଷ ନ କରି ନିଜ ଜମିରେ ଚାଷ କରିବା, ନୂତନ ଜଙ୍ଗଲ ସୃଷ୍ଟି କରିବା, ପ୍ରକୃଥିର ସୁରକ୍ଷା କରିବା ଆଦିକୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମହେନ୍ଦ୍ରରେଞ୍ଜର କରଣସାହି ବନସୁରକ୍ଷା ସମିତିକୁ ଆମ ଜଙ୍ଗଲ ଯୋଜନାରେ ବିଜୁ ପଟ୍ଟନାୟକ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହି ଆୱାର୍ଡ ବାବଦରେ ୨୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ମହେନ୍ଦ୍ର ବନାଞ୍ଚଳର ରେଞ୍ଜର କୋବିନ ପରିଛ୍ଚା ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣପୁର ବନପାଳ ପ୍ରକାଶ ଚନ୍ଦ୍ର ବିଶୋଇ, ଗାର୍ଡ ପିତର ଶବର, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତଥିଲେ ।


