କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଯୋଡ଼ା ଗସ୍ତ
ଯୋଡ଼ା, (ସମୀର ଦାସ):କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ର କାନପୁର ଠାରେ ନିର୍ମିତ ଓଡ଼ିଶାର ଦ୍ୱିତୀୟ ବୃହତମ ବୈତରଣୀ ନଦୀବନ୍ଧ ଯୋଜନା ପରିଦର୍ଶନ ରେ କେନ୍ଦ୍ର ମନ୍ତ୍ରୀ ବିଶେ୍ଶ୍ୱର ଟୁଡ଼ୁ ଶୁକ୍ରବାର ପୂର୍ବାହ୍ନରେ ପହଁଚିଥିଲେ ।ଜଳସେଚନ ବିଭାଗ ର କାନପୁର ଆଇବି ଠାରେ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ବୁଝିବା ସହିତ ବିସାପିତମାନଙ୍କ ପୁନର୍ବାସ ଓ ଥଇଥାନ ନେଇ ଚଂପୁଆ ଉପଜିଲାପାଳ ,ବଡ଼ବିଲ ତହଦିଲଦାର ,ପ୍ରକଳ୍ପ ଅଧିକାରୀ କୁଶଳ ଚନ୍ଦ୍ର ନାଏକ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।ବିସ୍ଥାପିତଙ୍କୁ ସଂପୂଣ୍ର୍ ଥଇଥାନ ନ କରି ଘର ଉଛେଦ କରାଯାଉଥିବାରୁ ବହୁ ବିସ୍ଥାପିତ ପରିବାର ଏବେ ବି ପଲିଥିନ ତଳେ ରାତ୍ରୀଯାପନ କରୁଛନ୍ତି ।ଅନ୍ୟ କିଛି ଗ୍ରାମର ବିସ୍ଥାପିତଙ୍କୁ ଏପର୍ଯ୍ୟନ୍ତ ଘର ଡ଼ିହ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ପୁଅ ଝିଅ ମାନଙ୍କୁ ବିସ୍ଥାପିତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।ମାତ୍ର ପ୍ରକଳ୍ପ ପକ୍ଷରୁ ଦଡ଼ୁଆଁ,ଗୋବିନ୍ଦପୁର,ବିରିକଳା ଗ୍ରାମକୁ ଏହି ସବୁ ସୁବିଧା ଓ ଥଇଥାନ କରାଯାଇ ନ ଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଗ୍ରାମ ଉଛେଦ କରିବା ପାଇଁ ପ୍ରକଳ୍ପ ପକ୍ଷରୁ ନିଷ୍ପତି ନଆଯାଇଛି ।ଏହାକୁ ସ୍ଥଗିତ ରଖିବା ପାଇଁ ବିସ୍ଥାପିତମାନେ ବୈଠକରେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ମନ୍ତ୍ରୀ ଟୁଡ଼ୁ ୭ ଦିନ ମଧ୍ୟରେ ଏକ ବୈଠକ କରି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ପ୍ରକଳ୍ପ ର ସ୍ପିଲ ୱେ ରେ ନିମ୍ନମାନର ବାଲି ପକାଯାଇଥିବା ବୈଠକରେ ଅଭିଯୋଗ ହୋଇଥିବାରୁ ମନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନରେ ଯାଇ କ୍ଷୋଭ ପ୍ରକାଶ କରିଥିଲେ । ଅନେକ ଦିନରୁ ପ୍ରାୟ ପରିତ୍ୟକ୍ତ ଥିବା ଯୋଡ଼ା କେନ୍ଦ୍ରୀୟ ଚିକିତ୍ସ୍ୟାଳୟ ଗତ ସତୁରୀ ଦଶକରେ ଶ୍ରମ ବିଭାଗ ଦ୍ୱାରା ଯୋଡ଼ା,ସୁନ୍ଦରଗଡ଼ ଜିଲାର କୋଇଡ଼ା,ଯାଜପୁର ଜିଲାର ଦୈତାରୀ,ଝାଡ଼ଖଣ୍ଡ ରାଜ୍ୟର ଜାମଦା ଖଣି ଅଂଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ରସରକାର ଏହାକୁ ସ୍ଥାପନ କରିଥିଲେ ।ଭାଜପା ସରକାର ଆସିବା ପର ଠାରୁ ଏହି କେନ୍ଦ୍ରୀୟ ଚିକିତ୍ସ୍ୟାଳୟର ଅତି ଦୟନୀୟ ଅବସ୍ଥା ସୃଷ୍ଟି ହୋଇଛି ।ଏଠାରେ ଡ଼ାକ୍ତର,ବିଶେଷଞ ନିଯୁକ୍ତି ଦେବା ବନ୍ଦ ହୋଇଯାଇଛି ।ଚିକିତ୍ସ୍ୟାଳୟରେ ଔଷଧ ଯୋଗାଣ ବନ୍ଦ କରାଯିବା ସହିତ ଭର୍ତି ହେଉଥିବା ରୋଗୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ ।ଚିକିତ୍ସ୍ୟାଳୟରେ ରକ୍ତ ପରୀକ୍ଷା,ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପରୀକ୍ଷା ବ୍ୟବସ୍ଥା ସଂପୂଣ୍ର୍ ଅଚଳ ହୋଇପଡ଼ିଛି ।ଏହି ସବୁ ସମସ୍ୟା ସଂପର୍କରେ ମନ୍ତ୍ରୀ ଅବଗତ ହେଲା ପରେ ଯୋଡ଼ା କେନ୍ଦ୍ରୀୟ ଚିକିତ୍ସ୍ୟାଳୟ ପରିଦର୍ଶନରେ ଆସିଥିଲେ ।ମନ୍ତ୍ରୀଚିକିତ୍ସ୍ୟାଳୟର ବିଭିନ୍ନ ସମସ୍ୟା ଯଥା ଡ଼ାକ୍ତର, ନର୍ସ,ଅପରେସନ ଥିଏଟର,ଅଲଟ୍ରାସାଉଣ୍ଡ,ଏକ୍ସ-ରେ ଯନ୍ତ୍ର ଓ ଔଷଧ କେଉଁଠାରୁ ଆସୁଛି,ଡ଼ାକ୍ତରଖାନାରେ ଔଷଧ ରହୁଛି କି ନାହିଁ ପ୍ରଭୃତି ପ୍ରଶ୍ନ କରିବା ସହିତ ଡ଼ାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ସଂପର୍କିତ ତଥ୍ୟ ମାଗିଥିଲେ ।ମାତ୍ର ଡ଼ାକ୍ତରଖାନା ପକ୍ଷରୁ କୌଶସି ନଥିପତ୍ର ପ୍ରଦାନ କରାଯାଇ ପାରି ନ ଥିଲା ।ଏହାକୁ ନେଇ ମନ୍ତ୍ରୀ ବିରକ୍ତି ପ୍ରକାଶ କରି କହିଥିଲେ ଯେ,କେବଳ ଥଣ୍ଡା ପାଣି ଦେବା ପାଇଁ ଆପଣମାନେ ପ୍ରସ୍ତୁତ ଅଛନ୍ତି,ଡ଼ାକ୍ତରଖାନାର ସମସ୍ୟା ନେଇ ନଥିପତ୍ର ଦେବା ପାଇଁ ପ୍ରସ୍ତୁତ ନୁହନ୍ତିଁ ବୋଲି କହି ବୈଠକ ହଲରୁ ଉଠି ପଳାଇଥିଲେ ।ଏହାପରେ ମନ୍ତ୍ରୀ ଚଂପୁଆ ଗସ୍ତରେ ଯାଇଥିଲେ ।କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁଙ୍କ ସହିତ ଭାଜପା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ,ଜିଲା ଭାଜପା ସଭାପତି ଅଂଶୁମାନସବୁଜ ମହାନ୍ତବର୍ମା,ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ,ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ମୂରଲୀମନୋହର ଶର୍ମା,ଜିଲା ସାଧାରଣ ସଂପାଦକ ଅନୁଗତ ବେହେରା,ଜିଲା ଯୁବ ସାଧାରଣ ସଂପାଦକ ଯୁବମୋର୍ଚା ସବିରଦାସ ଓ ମୁନା ମହାରଣା,ଜିଲା ସଂପାଦକ ଦୀପକ ଜେନା,ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ,ଜିଲା ଉପ ସଭାପତି ଅଗନୁଚରଣ ମହାନ୍ତ ପ୍ରମୁଖ ସାମିଲ ଥିଲେ ।


