ଶତପ୍ରତିଶତ ଫର୍ମ ବଣ୍ଟନ କରି ୭ ବିଏଲ୍‍ଓ ସମ୍ବର୍ଦ୍ଧିତ

ଆସିକା  (ୱାଇଏମ୍‍ଏସ୍‍) :ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ଓଡିଶା-୨୦୨୬ ପ୍ରକ୍ରିୟା ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବୁଥ୍‍ ଗୁଡିକରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଭୋଟରଙ୍କୁ ଦିଆଯାଉଥିବା ପରିଣଗନା ଫର୍ମ କିପରି ବିଏଲ୍‍ଓ ଆପ୍‍ ମାଧ୍ୟମରେ ଆପ୍‍ଲୋଡ୍‍ କରାଯିବ ସେ ସଂକ୍ରାନ୍ତରେ ବୁଥ୍‍ଲେବେଲ୍‍ ସୁପରଭାଇଜରମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କର୍ମଶାଳାରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର୍‍ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ପ୍ରଶିକ୍ଷକ ତଥା ବିଏଲ୍‍ଓ ସୁପରଭାଇଜର୍‍ ରାମନାଥ ପଟ୍ଟନାୟକ ଓ ଶୁଭେନ୍ଦୁ ଶେଖର ଜେନା ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ କିପରି ସ୍ୱଚ୍ଛତାର ସହ ନିର୍ଭୁଲ ତଥା ପାରଦର୍ଶିତାର ସହ ନିର୍ଭୁଲ ଭାବେ ସଂପାଦନ କରାଯିବ ତାହାରି ଉପରେ ଆଲୋକପାତ କରିଥିଲେ । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‍ଆଇଆର୍‍ ପ୍ରକ୍ରିୟାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଲାଗି ବୁଥ୍‍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ୭ଟି ବୁଥ୍‍ରେ ଶହେ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଯୋଗୁଁ ବିଏଲ୍‍ଓ ଗୀତାଞ୍ଜଳୀ ନାହାକ, ସୁମିତ୍ରା ଗୌଡ, ମିନତୀ ଗୌଡ, ମାଧୁରୀ ପ୍ରଧାନ, ମନୋରମା ପଟ୍ଟନାୟକ, ବସନ୍ତ କୁମାର ନାହାକ, ଗୀତାଞ୍ଜଳୀ ମୁନିଙ୍କୁ ପ୍ରଶାସନ ପକ୍ଷରୁ ପ୍ରଶଂସା ପତ୍ର, ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ବାଚନ କମିଶନରଙ୍କ ପରାମର୍ଶକ୍ରମେ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ପ୍ରକ୍ରିୟାରେ ଜୁନ୍‍ ୮ ତାରିଖ ସୁଦ୍ଧା ୧ ଲକ୍ଷ ୬୦ ହଜାର ୫୮୧ ଜଣଙ୍କୁ ପରିଣଗନା ଫର୍ମ ବଣ୍ଟନ କରାଯାଇଥିଲା ବେଳେ ସେଥି ମଧ୍ୟରୁ ୪୫୯୫ ଟି ଫର୍ମ ଡିଜିଟାଇଜ୍‍ ହୋଇଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମୂଦାୟ ଭୋଟର୍‍ ସଂଖ୍ୟା ୨ ଲକ୍ଷ ୫୬୧ ଥିଲା ବେଳେ ୮୦.୦୭ ପ୍ରତିଶତ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ ସଂପୁର୍ଣ୍ଣ ହୋଇଥିବା ଜଣାପଡିଛି । ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) କୁ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ସଫଳ କରିବା ଲାଗି ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିଲା ବେଳେ ଆସିକା ବ୍ଳକର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିଏଲ୍‍ଓ ସୁପରଭାଇଜର୍‍ ଶିବଶଙ୍କର ଜେନା, ରାମନାଥ ପଟ୍ଟନାୟକ, ବଂଶୀଧର ପରିଡା, ବିଦ୍ୟାଧର ସାହୁ, ଧବଳେଶ୍ୱର ସାହୁ, ଧୋବା ବେହେରା, ଜଗନ୍ନାଥ ଦାଶ, କାଳୁଚରଣ ସାହୁ, ଲଲାଟ କୁମାର ବେହେରା, ମନୋରଂଜନ ପାଢୀ, ମିହିରକାନ୍ତ ସାହୁ, ନିରଞ୍ଜନ ପରିଡା, ପ୍ରଭାକର ଜେନା, ରାଜକିଶୋର ସାହୁ, ସତ୍ୟନାରାୟଣ ସେଠୀ, ଶେଷଦେବ ବେହେରା, ଶୁଭେନ୍ଦୁ ଶେଖର ଜେନାଙ୍କ ସମେତ ଏହି କାର୍ଯ୍ୟରେ ନିୟୋଜିତ ଥିବା ବହୁ ସରକାରୀ କର୍ମଚାରୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ