ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି

ନିମାପଡା, (ସନ୍ତୋଷ ଦାଶ): ତ୍ରିସ୍ତରୀୟ ନିର୍ବାଚନ ପାଇଁ ନିମାପଡା ପଞ୍ଚାୟତ ସମିତି ର ସମସ୍ତ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ୱାଡସଭ୍ୟ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସମଗ୍ର ନିମାପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜାରୀ ନୋଟି ରୁ ଜଣାପଡିଛି ଯେ, ନିମାପଡା ବ୍ଲକ ରେ ସମୁଦାୟ ୩୨ ପଞ୍ଚାୟତ ରହି ଥିବାବେଳେ ୪ ଟି ଜିଲ୍ଲା ପରିଷଦ ସିଟ୍ ରହିଛି ( ନମ୍ୱର ୧୮ ,୧୯, ୨୦, ୨୧) । ୮ଟି ପଞ୍ଚାୟତ କୁ ନେଇ ଗଠିତ ୧୮ ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ପଛୁଆବର୍ଗ ଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୯ଟି ପଞ୍ଚାୟତକୁ ନେଇ ଗଠିତ ୧୯ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ମଧ୍ୟ ପଛୁଆ ବର୍ଗ ଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ୮ ଟି ପଞ୍ଚାୟତ କୁ ନେଇ ଗଠିତ ୨୦ ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ଅନୁସୂଚିତ ଜାତି ଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୭ ଟି ପଞ୍ଚାୟତକୁ ନେଇ ଗଠିତ ୨୧ ନମ୍ୱର ଜିଲ୍ଲା ପରିଷଦ ସିଟ୍ ଟି ପଛୁଆ ବର୍ଗ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି। ନିମାପଡା ବ୍ଲକ ର ଭିଲିଗ୍ରାମ ପଞ୍ଚାୟତ ଟି ରେ ସର୍ବାଧିକ ୧୦ ହଜାର ୪୨୧ ଭୋଟର ରହିଥିବା ବେଳେ ସରପଞ୍ଚ ପଦବୀ ଟି ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ସବୁ ଠାରୁଛୋଟପଞ୍ଚାୟତହେଉଛିରଟିଲୋ ଏହି ପଞ୍ଚାୟତ ରେ ସମୁଦାୟ ୩ ହଜାର ୩୧୪ ଭୋଟର ରହିଥିବା ବେଳେ ସରପଞ୍ଚ ପଦବୀ ଟି ମଧ୍ୟ ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି। ସମୁଦାୟ ୧୫ ଟି ପଞ୍ଚାୟତ ର ସରପଞ୍ଚ ପଦବୀ ଅଣ ସଂରକ୍ଷିତ ( ୯- ପୁରୂଷ,୬- ମହିଳା) ରହିଥିବାବେଳେ ୭ ଟି ପଞ୍ଚାୟତ ର ସରପଞ୍ଚ ପଦବୀ ଅନୁସୂଚିତ ଜାତି, ୮ ଟି ପଞ୍ଚାୟତ ର ସରପଞ୍ଚ ପଦବୀ ପଛୁଆ ବର୍ଗ ( ଓ ବି ସି) ଙ୍କ ପାଇଁ ସଂରକ୍ଷିତ ରହିଛି। ଏକମାତ୍ର ଭୋଦର ପଞ୍ଚାୟତ ର ସରପଞ୍ଚ ପଦବୀ ଟି ଅନୁସୂଚିତ ଜନଜାତି ପ୍ରାଥୀ ଙ୍କ ପାଇଁ ସଂରକ୍ଷିତ ରହିଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସମଗ୍ର ନିମାପଡା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ବାତାବରଣ ବେଶ୍ଉ ଷ୍ମ ହୋଇ ଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ