ମାଳତୀରା ଦେବୀସାହିରେ ଶାରଦୀୟ ଦୁର୍ଗା ପୂଜା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଦେବୀ ସାହି ଠାରେ ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଷ୍ଠିତ ହୋଇଆସୁଥିବା ଶାରଦୀୟ ଦୂର୍ଗା ପୂଜା ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳିତ ହେଉଛି । ନିକଟସ୍ଥ ଗୋପାଳ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । ନେପାଳ ଦାସ, ସୁବାଷ ଦାସ, କାହ୍ନୁ ଚରଣ ରାମ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି, ଶଶୀକାନ୍ତ ମହାପାତ୍ର ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ସୋମବାର ବିଲ୍ୱାଧିବାସ, ମଙ୍ଗଳବାର ସପ୍ତମୀ ବିହିତ ପୂଜା, ବୁଧବାର ମହାଷ୍ଟମୀ ଓ ସନ୍ଧି ପୂଜା, ଗୁରବାର ମହାନବମୀ ପୂଜା, ବଳି ଉତ୍ସର୍ଗ, ଶୁକ୍ରବାର ଦଶମୀ ବିହିତ ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ କମିଟିର ସଭାପତି ନାରାୟଣ ଚନ୍ଦ୍ର ସାହୁ, ଉପସଭାପତି ନରହରି ଜେନା, ସଂପାଦକ ସୁଧାଂଶୁ ଶେଖର ମହାନ୍ତି, ସହ ସଂପାଦକ ରମାକାନ୍ତ ଜେନା, କୋଷାଧ୍ୟକ୍ଷ ଅକ୍ଷୟ ଅନନ୍ତ କର, ଉପଦେଷ୍ଟା ରଘୁନାଥ ରଣା, ୱାର୍ଡ ସଭ୍ୟ ନିରାକର ସାହୁ, ପୂର୍ବତନ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ମୃତ୍ୟୁଞ୍ଜୟ ଦାସ, ସତୀଶ ସାହୁ, ବୁଦ୍ଧିରାମ ଜେନା, ଗୋବିନ୍ଦ ଜେନା, ପଞ୍ଚାନନ ସୁତାର, କୃପାସିନ୍ଧୁ ରଣା, ଶ୍ରୀଧର ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ଆସନ୍ତା ରବିବାର ଭସାଣୀ ଉତ୍ସବ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ସେହିପରି ତରାଗୋ, ବସନ୍ତିଆ, ଓଡଙ୍ଗ, ପାରାବନ୍ଧ, ସାବିତ୍ରୀଆଡି, ତୋଡଗାଁ, ରାମକୃଷ୍ଣପୁର ଆଦି ସ୍ଥାନରେ ମା’ଙ୍କ ପୂଜା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ସମସ୍ତ ପୂଜା ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ସାନିଟାଇଜର ଓ ମାସ୍କ ଆଦି ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


